କଟକଣା ଲଗାଇଲେ ପଞ୍ଜାବ ସରକାର, ଟିକା ନନେଲେ ବଜାର ମନା

ନୂଆଦିଲ୍ଲୀ : କଟକଣା ଲଗାଇଲେ ପଞ୍ଜାବ ସରକାର । ଦୁଇ ଡୋଜ୍ ଟିକା ନେଇ ନଥିଲେ ସର୍ବ ସାଧାରଣ ସ୍ଥାନକୁ ଯିବାକୁ ମନା । ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏମିତି କଟକଣା ଜାରି କରିଛି ପଞ୍ଜାବ । ସର୍ବ ସାଧାରଣ ସ୍ଥାନକୁ ଯିବାକୁ ହେଲେ ୨ ଡୋଜ୍ ଟିକାକୁ ବାଧ୍ୟତାମୂଳକ କରାଯାଇଛି।

ମାର୍କେଟ, ମଣ୍ଡି, ସପିଙ୍ଗ କମ୍ପ୍ଲେକ୍ସ, ପାର୍କ, ଧାର୍ମିକ ସ୍ଥଳ, ହୋଟେଲ, ବାର, ଜିମ୍, ଫିଟନେସ୍ ସେଣ୍ଟର ଭଳି ସ୍ଥାନକୁ ୨ ଡୋଜ୍ ଟିକା ନେଇ ନଥିଲେ ଯିବାକୁ ଅନୁମତି ମିଳିବନି । ତେବେ ରାଜନୈତିକ ରାଲି ବିଷୟରେ ଏଥିରେ କିଛି କୁହାଯାଇନି । ସୋମବାର ପଞ୍ଜାବରେ ୪୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପଞ୍ଜାବରେ ଆକ୍ଟିଭ୍ ମାମଲା ମଧ୍ୟ ବଢ଼ି ଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.