Below header

କରୋନା ନେଇ ଆର୍‌ବିଆଇର ବଡ଼ ଘୋଷଣା: କମିଲା ରେପୋ ରେଟ୍‌, ସବୁ ଲୋନ୍‌ EMI ଉପରେ ୩ ମାସର ଆଶ୍ୱସ୍ତି

ନୂଆଦିଲ୍ଲୀ: କରୋନା ନେଇ ଆର୍‌ବିଆଇର ବଡ଼ ଘୋଷଣା। କମିଲା ରେପୋ ରେଟ୍‌ । ୭୫ ବେସିସ୍‌ ପଏଣ୍ଟ କମିଲା ରେପୋ ରେଟ୍‌ । ୫.୧୫ରୁ କମି ୪. ୪ ପ୍ରତିଶତ ହୋଇଛି । ରିଭର୍ସ ରେପୋ ରେଟ୍‌ ୯୦ ବେସିସ୍‌ ପଏଣ୍ଟ ହ୍ରାସ ପାଇଛି । ରିଭର୍ସ ରେପୋ ରେଟ୍‌ ୪ ପ୍ରତିଶତ ହୋଇଛି । ସବୁ ବ୍ୟାଙ୍କର CRRରେ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ ପାଇଛି ।

rbi RBI ନିଷ୍ପତ୍ତି ଯୋଗୁଁ ୩. ୭୪ ଲକ୍ଷ କୋଟି ନଗଦ ଆସିବ । କରୋନା ନେଇ ସାରା ବିଶ୍ୱରେ ଅର୍ଥ ସଂକଟ ଦେଖା ଦେଇଛି । କରୋନା ଯୋଗୁଁ ଅନେକ କ୍ଷେତ୍ରରେ ପ୍ରଭାବ ପଡ଼ିପାରେ । ସବୁ ଲୋନ୍‌ EMI ଉପରେ ୩ ମାସର ଆଶ୍ୱସ୍ତି ଦିଆଯାଇଛି। ୩ ମାସ ଲୋନ୍‌ ନଦେଲେ ଫାଇନ୍‌ ପଡିବନି ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.