ଲକ୍‌ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ହଟହଟା ହେଲେ ବାଲିଗୁଡାର କିଛି ଯୁବକ, ଅଭିନବ ଉପାୟରେ ସଚେତନ କଲା ପୋଲିସ୍‌

ବାଲିଗୁଡା: ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ ଡାଉନ ଘୋଷଣା ହୋଇଥିବା ବେଳେ ଏହାକୁ ଖୋଲାଖୋଲି ଉଲଂଘନ କରି ହଟହଟା ହୋଇଛନ୍ତି ବାଲିଗୁଡାର କିଛି ଯୁବକ । ବାରମ୍ବାର ପ୍ରଶାସନର ପ୍ରଚାର ଓ ପ୍ରସାର ସତ୍ୱେ କିଛି ଯୁବକ ଅମାନିଆ ହୋଇ ରାତିରେ ବୁଲୁଥିବା ବେଳେ ସେମାନଙ୍କୁ ଧରି ଆଣି ଅଭିନବ ଉପାୟରେ ସଚେତନ କରିଛି ପୋଲିସ୍‌ । ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଅମାନିଆ ଗ୍ୟାଙ୍ଗ ଓ ହିନସ୍ତିଆ ଗାଡି ନାମରେ ଦୁଇଟି ବ୍ୟାନର ମାରି ସେମାନଙ୍କୁ ଠିଆ କରାଯାଇଛି । ସମଦୂରତ୍ୱ ସର୍କଲ ମଧ୍ୟରେ ଠିଆ କରି ହାତରେ ପୋଷ୍ଟର ଧରାଇ ସାବାଡ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.