ଅକ୍ଟୋବର ୧୫ ପରେ ସ୍କୁଲ ଖୋଲିବା ନେଇ ‘ଏସ୍‌ଓପି’ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସ୍କୁଲ ଖୋଲିବା ନିମନ୍ତେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ଏସ୍‌ଓପି’ ଜାରି କରିଛନ୍ତି  । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଟୁଇଟ ଜରିଆରେ ଏହା ଘୋଷଣା କରିଛନ୍ତି । ତେବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସେମାନଙ୍କର ନିଜର ‘ଏସ୍‌ଓପି’ ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସ୍କୁଲ୍‌ ଖୋଲି ପାରିବେ ।

ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ଶେଷ (ଅନ୍‌ ଲକ୍‌ ୫.୦)ଗାଇଡ୍‌ଲାଇନ୍‌ ଅନୁଯାୟୀ ଛାତ୍ରଛାତ୍ରୀ ଚାହିଁରେ ଅନ୍‌ଲାଇନ୍‌ କ୍ଲାସ ନେଇପାରିବେ । ସ୍କୁଲ ଆସିବା ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ । ତେବେ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ କହିଥିଲେ । ତେବେ ପିଲାମାନେ ବାପା-ମା’ଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ । ଯେଉଁମାନେ ସ୍କୁଲ୍‌ ନଆସିବେ ସେମାନଙ୍କର ଆଟେଣ୍ଡାନ୍ସରେ କୋହଳ କରାଯିବ ବୋଲି ଗାଇଡଲାଇନ୍‌ରେ କୁହାଯାଇଛି ।

ଆଜି ସ୍କୁଲ ଖୋଲିବା ନିମନ୍ତେ ଜାରି ହୋଇଥିବା ‘ଏସ୍‌ଓପି’ ନିମ୍ନ ପ୍ରକାରର –

.  ଆସବାବ୍ପତ୍ର, ଉପକରଣ, ଷ୍ଟେସନାରି, ଭଣ୍ଡାର ଘର, ପାଣି ଟାଙ୍କି, ରୋଷେଇଘର, କ୍ୟାଣ୍ଟିନ୍, ୱାସ୍ରୁମ୍, ପରୀକ୍ଷାଗାର, ଲାଇବ୍ରେରି ସମେତ ସ୍କୁଲ୍ ପରିସରରେ ଥିବା ସବୁ ଅଞ୍ଚଳର ତନ୍ନତନ୍ନ କରି ପରିଷ୍କାର ଓ ବିଶୋଧନ କରିବା ବ୍ୟବସ୍ଥା ସୁନିଶ୍ଚିତ କରାଇବା ।

.  କ୍ଲାସରୁମ୍‌ ଭିତରେ ପ୍ରଚୁର ମାତ୍ରାରେ ବାୟୁ ଚଳାଚଳ ହେଉଥିବା ଜରୁରୀ ।

. ଉତ୍ତରଦାୟୀ ହେବା ଭଳି ଜରୁକାଳୀନ ସେବା ସହାୟତା, ସାଧାରଣ ସହାୟତା ଟିମ୍, ପରିମଳ ତଦାରଖ ଟିମ୍ ଭଳି ଟାସ୍କ୍ ଟିମ୍ ସ୍କୁଲ୍ମାନେ ଗଠନ କରିବେ।

 

. ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ବାରା ଜାରି ‘ଏସ୍ଓପି’ ଅନୁସାରେ ସ୍କୁଲ୍ମାନେ ନିଜସ୍ବ ‘ଏସ୍ଓପି’ ପ୍ରସ୍ତୁତି କରିପାରନ୍ତି ।

. ଶ୍ରେଣୀଗୃହ ଭିତରେ ବସିବା ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଭିନ୍ନ ଭିନ୍ନ ସମୟ ବ୍ୟବଧାନ ସ୍ଥିର କରିବା ସହ  ଶାରୀରିକ ଦୂରତ୍ବ ରକ୍ଷା ନିମନ୍ତେ ସୁନିଶ୍ଚିତ ହେବାକୁ ଦୃଷ୍ଟି ଦିଆଯିବା ଆବଶ୍ୟକ।

. ଶ୍ରେଣୀରେ ପାଠପଢ଼ା ସମୟରେ ମାସ୍କ୍ ପିନ୍ଧିବା ଜରୁରୀ ।

. କୋଭିଡ୍-୧୯ ଚାଲେଞ୍ଜ୍ଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଗୋଷ୍ଠୀ ସଦସ୍ୟ ଏବଂ ହଷ୍ଟେଲ୍ କର୍ମଚାରୀଙ୍କୁ ସଚେତନ କରାଇବା ସହ ଶିକ୍ଷା ମନ୍ତ୍ରାଳୟ, ଗୃହବ୍ୟାପାର ମନ୍ତ୍ରାଳୟ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଇଡ୍‌ଲାଇନ୍‌ ମାନନ୍ତୁ ।

. ସମସ୍ତ ଶ୍ରେଣୀ ନିମନ୍ତେ, ବିଶେଷକରି ବ୍ରେକ୍ ଓ ପରୀକ୍ଷା ସମ୍ବନ୍ଧୀୟ ‘ଏକାଡେମିକ୍ କ୍ୟାଲେଣ୍ଡର୍’ ପରିବର୍ତ୍ତନ ଯୋଜନା ସହ ସମସ୍ତ ଛାତ୍ରଛାତ୍ରୀ ବହି ପାଇଛନ୍ତି ବୋଲି ସୁନିଶ୍ଚିତ ହୁଅନ୍ତୁ ।

. ତାଲିମପ୍ରାପ୍ତ ପୂର୍ଣ୍ଣକାଳୀନ ସ୍ବାସ୍ଥ୍ୟ ସେବକ/ନର୍ସ/ଡାକ୍ତରଙ୍କ ଉପଲବ୍ଧି ବାବଦରେ ସୁନିଶ୍ଚିତ କରନ୍ତୁ। ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିମନ୍ତେ କାଉନ୍ସେଲର୍ ବ୍ୟବସ୍ଥା କରନ୍ତୁ।

. ଅସୁସ୍ଥତା ସମୟରେ ଘରେ ରହିବାକୁ ଉଭୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଲାଗି ଉପସ୍ଥାପନ କୋହଳ ଏବଂ ଅସୁସ୍ଥତାଜନିତ ଛୁଟି ନିୟମ ବ୍ୟବସ୍ଥା ।

. ସନ୍ଦିଗ୍ଧ କୋଭିଡ୍-୧୯ ମାମଲା ଚିହ୍ନଟ ହେଲେ ପ୍ରୋଟକଲ୍ ଅନୁସାରେ ପଦକ୍ଷେପ ନିଅନ୍ତୁ।

. ସ୍କୁଲ୍ ଖୋଲିବାର ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ କୌଣସି ମୂଲ୍ୟାୟନ କରନ୍ତୁ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.