ଚିଡ଼ିଆଖାନାରେ ଗଧକୁ ପେଣ୍ଟ କରାଯାଇ ଜେବ୍ରା ରୂପରେ ସଜାଇ ଦିଆଗଲା, କିନ୍ତୁ ପରେ ଏମିତି ଖୋଲିଗଲା ପୋଲ

କେବଳ ଆମ ଦେଶ ନୁହେଁ, ବରଂ ବିଦେଶରେ ମଧ୍ୟ ଲୋକେ ଯୋଗାଡ଼ର ସାହାରା ନେଇଥାନ୍ତି। ନିକଟରେ ଏହାର ଏକ ଦୃଶ୍ୟ ଇଜିପ୍ଟର ରାଜଧାନୀ କାହିରାର ଏକ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି। ଖବର ମୁତାବକ, ଏହି ଚିଡ଼ିଆଖାନାରେ ଏକ ଗଧକୁ ବ୍ଲାକ ଆଣ୍ଡ ହ୍ଵାଇଟ ପେଣ୍ଟ କରାଯାଇ ତାକୁ ଜେବ୍ରାର ରୂପ ଦିଆଯାଇଛି। ଯାହାଫଳରେ ଲୋକେ ତା’ ଆଡ଼କୁ ଆକର୍ଷିତ ହୋଇ ଚିଡ଼ିଆଖାନା ବୁଲିବା ପାଇଁ ଆସିବେ। କିନ୍ତୁ ଚିଡ଼ିଆଖାନାର ଚାଲାକି ଅଧିକ ଦିନ ରହି ନ ଥିଲା।
ଖବର ମୁତାବକ, ଏହି ମାମଲା କାହିରାର ଇଣ୍ଟରନ୍ୟାସନାଲ ଗାର୍ଡେନ ମ୍ୟୁନିସିପାଲ ପାର୍କର। କିଛି ଦିନ ତଳେ ଏଠାକୁ ମହମୁଦ ସରହାନ ନାମକ ଛାତ୍ର ବୁଲିବାକୁ ଆସିଥିଲେ। ସେ ଚିଡ଼ିଆଖାନାରେ ଜେବ୍ରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ, ଏହାର ଲମ୍ବା ବହୁତ କମ ଥିଲା ଏବଂ କାନ ବି ପଏଂଟେଡ ଥିଲା। ଏପରିକି ମୁଁହରେ କିଛି କଳା ଦାଗ ମଧ୍ୟ ଦେଖିବାକୁ ମିଳିଥିଲା।
Remember the Chinese zoo that was trying to pass that dog off as a lion? Now an Egyptian zoo is trying to pass painted Donkeys off as Zebras. pic.twitter.com/1KI3Qe4h0T
— Cameron (@Para_Mystery) July 27, 2018
ଏହି ସବୁ ଜିନିଷ ଦେଖି ମହାମୁଦଙ୍କ ମୁଣ୍ଡରେ ଅନେକ ପ୍ରଶ୍ନ ଉଙ୍କିମାରିଥିଲା। ପରେ ଜଣାପଡ଼ିଥିଲା କି, ସେ ଯାହାକୁ ଜେବ୍ରା ଭାବୁଥିଲେ, ସେ ପ୍ରକୃତରେ ଗଧ। ମହାମୁଦ ଫେସବୁକରେ ଗଧର ଫଟୋ ପୋଷ୍ଟ କରି ଲେଖିଥିଲେ, ‘ବାଡ଼ରେ ଦୁଇଟି ପଶୁ ଥିଲେ। ଦୁଇଟି ଯାକ ପେଣ୍ଟ ହୋଇଥିଲେ’।