ବାଲେଶ୍ୱର: ଆଜିଠୁ ୧୪ ତାରିଖ ଯାଏ ସୋର ଖଇରା ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳ ୪୮ଘଣ୍ଟା ପାଇଁ ସଟଡାଉନ୍

ବାଲେଶ୍ୱର: ୪୮ଘଣ୍ଟା ପାଇଁ ସଟଡାଉନ । ବାଲେଶ୍ୱର ଜିଲ୍ଲା ସୋର ଖଇରା ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳକୁ ସଟଡାଉନ ରଖାଯାଇଛି। ଆଜି ସକାଳ ୬ଟା ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସଟଡାଉନ ରହିବ । ଆଜିଠାରୁ ସୁରତ, ତାମିଲନାଡୁ, ମହାରାଷ୍ଟ୍ର ଓ ବେଙ୍ଗାଲୁରୁରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସେ କହିଛନ୍ତି ।

ଅପରପଟେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଥିବାବେଳେ ଗଞ୍ଜାମ, ବାଲେଶ୍ୱର ଓ ଅନୁଗୁଳ ଜିଲ୍ଲାକୁ ନେଇ ଚିନ୍ତା ବଢିଛି । ମାତ୍ର ୫ ଦିନ ଭିତରେ ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ଟପି ୪୧୪ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୮୫ ଜଣ ଆରୋଗ୍ୟ ଲାଭ କରିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.