ଦୁବାଇରେ କରୋନାରେ ପ୍ରାଣ ହରାଇଲେ ଓଡ଼ିଆ, ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ

ପଟ୍ଟାମୁଣ୍ଡାଇ: ବିଦେଶରେ ପୁଣି ଜଣେ ଓଡ଼ିଆଙ୍କ କରୋନାରେ ମୃତ୍ୟୁ । ଦୁବାଇରେ ପ୍ରାଣ ହରାଇଲେ ଓଡ଼ିଆ । ମୃତକ ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗାଁର ମହେନ୍ଦ୍ର ନାଥ । କରେନାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଦୁବାଇ ମେଡିକାଲ ରିପୋର୍ଟ ସ୍ପଷ୍ଟ କରିଛି । ସେପଟେ ପୁଅକୁ ହରାଇବା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ଅନ୍ୟପଟେ ମହେନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ଗ୍ରାମବାସୀ ।

ଏପଟେ ସାରା ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୬୭ ହଜାର ୧୫୨ରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୦୬ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୪୪ ହଜାର ୨୯ ଆକ୍ଟିଭ କେସ ରହିଛି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହୋଇପଡିଛି। ସେଠାରେ ପଜିଟିଭଙ୍କ ସଂଖ୍ୟା ୨୨ ହଜାର ୧୭୧ରେ ପହଞ୍ଚିଛିଥିବାବେଳେ ୮୩୨ ଜଣଙ୍କ ଜୀବନ ଗଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.