Below header

ଭଉଣୀକୁ ଦୁଷ୍କର୍ମ କରିବା ସମୟରେ ପହଞ୍ଚିଲା ଭାଇ, ତା’ପରେ ଘଟିଲା ଏହି ଲୋମହର୍ଷଣ ହତ୍ୟାକାଣ୍ଡ

ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଗତ ୫ଦିନ ପୂର୍ବରୁ ୨ଜଣ ଯୁବକ ଜଣେ ଝିଅ ଘରେ ଏକୁଟିଆ ଥିବା ସମୟରେ ଏହାର ସୁଯୋଗ ନେଇ ଦୁଷ୍କର୍ମ କରିବାର ଅଭିଯୋଗ ସାମ୍ନାକୁ ଆସିଛି। ଏହି ସମୟରେ ଝିଅଟିର ୧୧ ବର୍ଷିର୍ୟ ଭାଇ ହଠାତ୍‌ ଚାଲି ଆସିଥିଲା। ଏହାପରେ ଏହି ଘଟଣାର ସତ୍ୟତା ଖୋଲିଯିବ ବୋଲି ଭାବି ଭୟରେ ଯୁବକ ୨ଜଣ ମିଶି ଝିଅର ଭାଇକୁ ହତ୍ୟା କରିଥିଲେ। ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ଥାନାରେ ମାମଲା ରୁଜୁ ହେବା ପରେ ଏହାର ତଦନ୍ତ ଜାରି ରହିଛି। ଗତ ୫ଦିନ ପୂର୍ବରୁ ୧୧ ବର୍ଷିୟ କୁନି ପୁଅଟିକୁ ଅଭିଯୁକ୍ତ ୨ଜଣ ହତ୍ୟା କରିବା ସହ ଜାଳି ଦେଇଥିଲେ। ଏହାପରେ ପୀଡିତା ଜଣକ ଏହି ଘଟଣା ସମ୍ପର୍କରେ ନିଜ ସମ୍ପର୍କୀୟଙ୍କୁ ଜଣାଇବା ପରେ ଅଭିଯୁକ୍ତଙ୍କ ବିରୁଧରେ ମାମଲା ରୁଜୁ କରାଯାଇଛି।

broସୂଚନା ମୁତାବକ ବୋଲିସର ତଦନ୍ତ ଜାରି ରହିଥିବା ବେଳେ କବରରୁ ଶବ ବାହାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏଏସପି ସଞ୍ଜୟ କୁମାରଙ୍କ କହିବାନୁଯାୟୀ ଏହି ଘଟଣା ଧାରା ୩୭୬ ଏବଂ ୩୦୨ ଜରିଆରେ ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁଯାୟୀ ଦୁଷ୍କର୍ମ ହତ୍ୟା ଘଟାଇଥିବା ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ବେଳେ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.