ମାଲକାନଗିରି ପୋଲିସ ଦ୍ବାରା ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ, ୪ଗିରଫ

ମାଲକାନଗିରି : ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ। ମାଲକାନଗିରି ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଥିବା ସହ ୪ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ବେଳେ ଅର୍କେଲ ପୋଲିସ ଚଢଉ କରି ୨ହଜାର କିଲୋ ଗଞ୍ଜେଇ ଜବତ କରିବା ସହିତ ଚାଲାଣକାରୀଙ୍କୁ ଗିରଫ କରିଛି।

ଅର୍କେଲ ଥାନା ଏସଆଇ ରଜନୀକାନ୍ତ ଦୀପଙ୍କ ନେତୃତ୍ୱରେ ଏକ ଟିମ ସରଲୁକୋଣ୍ଡା ବଜାର ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଛତିଶଗଡ଼ ଯାଉଥିବା ଏକ ଧଳା ପିକ ଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ିରେ ୬୬ଟି ପ୍ଲାଷ୍ଟିକ ବ୍ୟାଗରୁ ୨ହଜାର ୪କିଲୋ ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ମୂଲ୍ୟ ଏକକୋଟି ୨୦ହଜାର ଟଙ୍କା ହେବ ବୋଲି ପୋଲିସ କହିଛି। ଗଞ୍ଜେଇଚାଲାଣ କରୁଥିବା ନେଇ ୪ଜଣଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.