ପୁଣି ୨୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୪୩୭ରେ ପହଁଚିଲା

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉ ନାହିଁ ।  ପୁଣି ୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୪୩୭ରେ ପହଁଚିଛି। ନୂଆ ସଂକ୍ରମିତଙ୍କ ମଧ୍ଯରେ ବାଲେଶ୍ବରର ୧୫ଜଣ, ଗଞ୍ଜାମର ୩ଜଣ, ଯାଜପୁରର ୩ଜଣ, ପୁରୀ ଓ ବୌଦ୍ଧରୁ ଜଣେ ଜଣେ ଚିହ୍ନଟ ହୋଇଛନ୍ତି ।

corona positiveସେପଟେ ଗତକାଲି କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୭ ଜଣ । ସୁନ୍ଦରଗଡରୁ ୭ଜଣ, ଖୋର୍ଦ୍ଧାରୁ ୫ଜଣ, ଭଦ୍ରକରୁ ୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ଦୁଇ ଜଣ । ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହାପରେ ସମସ୍ତ ୧୭ ଜଣଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଥିଲା । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୫ ଜଣ ଆରୋଗ୍ୟ ଲାଭ କଲେଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.