କ’ଣ ପୃଥିବୀକୁ ଅନ୍ୟ ଗ୍ରହରୁ ଆସିପାରେ କି କୌଣସି ଭାଇରସ, ଜାଣନ୍ତୁ ଏହା ପଛର ସତ୍ୟତା

କରୋନା ଭାଇରସର ପ୍ରକୋପ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏନେଇ ବୈଜ୍ଞାନିକମାନେ ଏହାର ଚିକିତ୍ସା ଏବଂ ଟୀକା ବାହାର କରିବା ନେଇ ଧର୍ଯ୍ୟର ସହ କାମ କରୁଛନ୍ତି। ସେହିଭଳି ଅଧିକାଂଶ ଲୋକମାନେ ଏହାର ଚିକିତ୍ସା ପାଇଁ ବ୍ୟସ୍ତ ହୋଇପଡିଛନ୍ତି। ଏହାମଧ୍ୟରେ ସୋସିଆଲ ମିଡିଆରେ ମଧ୍ୟ ଏହି ଭାଇରସକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା ଜାହିର କରାଯାଉଛି। ଏହାମଧ୍ୟରେ ପ୍ରଶ୍ନ ଉଠିଛି କ’ଣ କରୋନା ଭଳି ଭାଇରସ ପୃଥିବୀ ବାହାରୁ ଆସି ବିନାଶ କରିପାରିବ?

ପୃଥିବୀ ବାହାରୁ ଭାଇରସ ଆସିବାର ଆଶଙ୍କା ଖାଲି ଏମିତି ପ୍ରଶ୍ନ ସୃଷ୍ଟି ହୋଇନି। ଏହା ପଛରେ ଅନେକ ପ୍ରକାର ଧାରଣା ରହିଛି, ଯାହା ମଧ୍ୟରେ କିଛି ବୈଜ୍ଞାନିକ ଧାରଣା ମଧ୍ୟ ରହିଛି। ପ୍ରଥମେ ସାମାନ୍ୟ ଆଶଙ୍କାରୁ ହିଁ ମଣିଷଙ୍କ ମଧ୍ୟରେ ତାରାର ପ୍ରଭାବକୁ ନେଇ ଅନେକ ପ୍ରକାର ଅନ୍ଧବିଶ୍ୱାସ ରହିଛି। ଉଲକାପିଣ୍ଡ ପୃଥିବୀ ଆଡକୁ ଆସିବା ଘଟଣାର ଅନ୍ୟ ଘଟଣା ସହ ଯୋଡିବା ପ୍ରବୃତ୍ତି ଇତିହାସରେ ପାଖାପାଖି ପ୍ରତ୍ୟେକ ସଭ୍ୟତାରେ ରହିଛି କିନ୍ତୁ ବୈଜ୍ଞାନିକ ବିକାସ ସହ ଏହିସମସ୍ତ ଧାରଣା ମିଥ୍ୟା ପ୍ରମାଣିତ ହୋଇଛି।

earth1ଡର ଲାଗିବାର ଏହା ମଧ୍ୟ ଏକ କାରଣ

ବାହାରୁ କିଛି ପଦାର୍ଥ ପୃଥିବୀକୁ ଆସିପାରେ। ଏହା ଏଭଳି ଏକ ତଥ୍ୟ ଯାହାକୁ ଅନେକ ଥର ପ୍ରମାଣିତ କରାଯାଇଛି। ଉଲକାପିଣ୍ଡ ଅନେକଥର ଧରିତ୍ରୀରେ ପହଞ୍ଚିବାରେ ମଧ୍ୟ ସଫଳ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଧରିତ୍ରୀରେ ଆକାଶ ଅର୍ଥାତ ଅନ୍ତରିକ୍ଷରୁ କିଛି ଆସିବା ଏବଂ ସେଥିରୁ ସଂକ୍ରମଣ ବ୍ୟାପିବା ଏଭଳି କିଛି ପ୍ରମାଣ ମିଳିନାହିଁ। କିନ୍ତୁ ପୂର୍ବରୁ ଥରେ ଏକ କ୍ଷୁଦ୍ରଗ୍ରହ ଧରିତ୍ରୀ ସହ ଧକ୍କା ହୋଇଥିଲା ଯାହାପରେ ଡାୟନାସୋରର ଅସ୍ତିତ୍ୱ ପୃଥିବୀରୁ ସମାପ୍ତ ହୋଇଯାଇଥିଲା। ଏଥିପାାଇଁ କିନ୍ତୁ କୌଣସି ସଂକ୍ରମଣ ବ୍ୟାପି ନଥିଲା।

earth-ଆମେମାନେ ଭାଇରସ ବାହାରୁ ଆଣିପାରିବା

ଆଜିକାଲିର ବୈଜ୍ଞାନିକଙ୍କ ପାଇଁ ଏହା ଏକ ଭଲ ପ୍ରଶ୍ନ। ବିଶ୍ୱର ଅନେକ ଦେଶ ଚନ୍ଦ୍ର ସହିତ ମଙ୍ଗଳ ଗ୍ରହକୁ ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଆମେରିକାର ନାସା ମଙ୍ଗଳ ଗ୍ରହକୁ ମଣିଷକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି କିନ୍ତୁ ଏହାପୂର୍ବରୁ ସେ ମଙ୍ଗଳରେ ମାଟିର ନମୁନା ଆଣିବାର ମଧ୍ୟ ଯୋଜନା ପ୍ରସ୍ତୁତି କରିସାରିଛି। ଏଥିରେ ଅନେକ ବୈଜ୍ଞାନିକ ଆଶଙ୍କା କରିଛନ୍ତି ମଙ୍ଗଳରୁ କୌଣସି ଭୟଙ୍କର ଜୀବାଣୁ କିମ୍ବା ଭାଇରସ ପୃଥିବୀକୁ ଆସିପାରେ କିନ୍ତୁ ଏହାର ସମ୍ଭାବନା ସମାନ ନୁହେଁ।

virusଅନ୍ୟ ଗ୍ରହରେ ଭାଇରସ ଥିବାର କଣ ସମ୍ଭାବନା ରହିଛି

ଏହି ପ୍ରଶ୍ନର ଉତ୍ତରରେ ପୂର୍ବ ପ୍ରଶ୍ନର ଉତ୍ତର ମଧ୍ୟ ରହିଛି। ଆଜ୍ଞା ହଁ ହୋଇପାରେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏନେଇ ସନ୍ଧାନ ଜାରି ରହିଛି। ଯାହା ବି ହେଉ ଭାଇରସ କେଉଁଠାରୁ ବି ଆସିପାରିବ। ଯେପରି କୌଣସି ଉଲକାପିଣ୍ଡ ପୃଥିବୀରେ ପଡି ବିନାଶ କରିପାରେ। ଅର୍ଥାତ ଏଭଳି ହେବାର କିଛି ଗ୍ୟାରେଣ୍ଟି ନାହିଁ। ଅନେକ ବୈଜ୍ଞାନିକ ମଧ୍ୟ ଦାବି କରିଛନ୍ତି, ଯେପରି ଆମେମାନେ କରୋନା ଭାଇରସ ପାଇଁ କେବେ ବି ପ୍ରସ୍ତୁତ ନଥିଲୁ କିନ୍ତୁ ଏଭଳି କିଛି ବିପତ୍ତି ପାଇଁ ଆମେମାନେ ପ୍ରସ୍ତୁତ ରହିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.