Below header

ଆଜି ବିଶ୍ୱ ନର୍ସ ଦିବସ, ଯାହାଙ୍କ ପାଇଁ ସେବା ହିଁ ପ୍ରକୃତ ଧର୍ମ

ମନେ ରଖିବା ପାଇଁ ତାଙ୍କ ଜୟନ୍ତୀକୁ “ଆନ୍ତରାଷ୍ଟ୍ରୀୟ ନର୍ସ ଦିବସ” ରୂପେ ପାଳନ କରାଯାଇଥାଏ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସ ବା ସେବିକା ମାନଙ୍କ ଦାନ ତଥା ତ୍ୟାଗକୁ ମହତ୍ତ୍ୱ ଦେଇ “ଇଣ୍ଟରନ୍ୟସନାଲ କାଉନ୍ସିଲ ଅଫ ନରସେସ” ତରଫରୁ ଚଳିତ ବର୍ଷର ନର୍ସ ଦିବସରେ ଥିମ “ନର୍ସିଙ୍ଗ ଦ ବୋର୍ଲଡ ଟୁ ହେଲଥ” ରଖାଯାଇଛି । ଚଳିତ ବର୍ଷର ଏହି ବିଶେଷ ଦିବସ କିଛିଟା ଅଧିକ ଗୁରୁତ୍ୱ ବହନ କରେ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୦ ବର୍ଷକୁ ସ୍ୱତନ୍ତ୍ର ଭାବେ ନର୍ସ ଓ ମିଡ଼ ୱାଇଫଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ଆଉ ମଧ୍ୟ ଏହି ବର୍ଷ ନାଇଟାଙ୍ଗଲଙ୍କ ୨୦୦ ତମ ଜନ୍ମ ଦିବସ ପାଳିତ ହେଉଅଛି । ଏହି ବିଶେଷ ଅବସରରେ ଆଇସିଏନ ତରଫରୁ ବର୍ଷ ତମାମ ନର୍ସଙ୍କ ସମ୍ମାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରାଯାଉ ଅଛି ।

 

nurse day

୨୦୨୦ ବର୍ଷ ପାଇଁ ଏହାର ଥିମ “ନରସେସ: ଏ ଭଏସ ଟୁ ଲିଡ଼ – ନର୍ସିଙ୍ଗ ଦ ବୋର୍ଲଡ ଟୁ ହେଲଥ” ବୋଲି ରଖାଯାଇଛି । ପୃଥିବୀର କୋଣ ଅନୁକୋଣରେ କାର୍ଯ୍ୟରତ ନର୍ସ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଯୁବପିଢିଙ୍କୁ ଏହି ବୃତ୍ତି ପ୍ରତି ନିଶ୍ଚିତ ରୂପେ ଆକୃଷ୍ଟ କରିବ । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିବା କୋଭିଡ- 19 କିମ୍ବା କରୋନା ଭାଇରସ ପରିସ୍ଥିତି କାରଣରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଥିବା ଡାକ୍ତର ଓ ଅନ୍ୟାନ ସ୍ୱାସ୍ଥ୍ୟ କର୍ମୀଙ୍କ ବ୍ୟତୀତ ନର୍ସ ମାନଙ୍କ ଦାୟିତ୍ୱ ବି ବହୁଳ ଭାବେ ବଢିଯାଇଛି । ଏହି ଦିବସ ପାଳନ ପଛରେ ବି ଏକ ବିଶେଷ କାରଣ ରହିଛି । ୧୮୫୪ ମସିହାର କ୍ରିମିଆ ଯୁଦ୍ଧ ସମୟରେ ବ୍ରିଟିଶ ସୈନିକ ମାନଙ୍କୁ ରୁଷର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ କ୍ରିମିଆକୁ ଯୁଦ୍ଧ କରିବା ପାଇଁ ପଠାଯାଇଥିଲା । ସେ ସମୟରେ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀ ଏକାଠି ରୁଷ ବିରୋଧରେ ଯୁଦ୍ଧ କରୁଥିଲେ ।

What to Write in Nurses Cards in Honor of Nurses Week

ସେହି ଯୁଦ୍ଧରେ ସମୟରେ ଆହତ ହୋଇଥିବା ସୈନିକ ମାନଙ୍କ ଚିକିତ୍ସା ପାଇଁ ଫ୍ଲୋରେନ୍ସ ନର୍ସ ମାନଙ୍କୁ ନେଇ ସେଠାରେ ପହଂଚି ଥିଲେ । ଫ୍ଲୋରେନ୍ସ ଦିନ ରାତି ପରିଶ୍ରମ କରି ହସ୍ପିଟାଲ ଗୁଡିକର ଅବସ୍ଥା ସୁଧାରିବା ସହ ଆହତ ସୈନିକ ମାନଙ୍କ ସେବା କରିବା ସହ ସେମାନଙ୍କ ଅବସ୍ଥା ପଚାରି ବୁଝୁଥିଲେ । ଫ୍ଲୋରେନ୍ସଙ୍କ ସେବାରେ ହିଁ ଖୁବ କମ ସମୟ ଭିତରେ ସୈନିକ ମାନଙ୍କ ଅବସ୍ଥାରେ ସୁଧାର ଆସି ପାରୁଥିଲା । ୧୮୫୬ ମସିହା ଯୁଦ୍ଧ ସମାପ୍ତ ପରେ ହିଁ ସେ ସେଠାରୁ ଫେରିଥିଲେ ଓ ସେବେଠାରୁ ହିଁ ଫ୍ଲୋରେନ୍ସ ନାଇଟ ଆଙ୍ଗଲ ନାମରେ ଲୋକ ମାନଙ୍କ ମଧ୍ୟରେ ପ୍ରସିଦ୍ଧି ଲାଭ କରିଥିଲେ । ୧୯୧୯ ମସିହା ଅଗଷ୍ଟ ୧୩ ତାରିଖରେ ଫ୍ଲୋରେନ୍ସଙ୍କ ନିଧନ ହୋଇଥିଲା ।

ତାଙ୍କରି ସମ୍ମାନରେ ହିଁ ତାଙ୍କ ଜନ୍ମ ଦିନକୁ “ବିଶ୍ୱ ନର୍ସ ଦିବସ” ଭାବେ ପାଳନ କରାଯାଇ ଆସୁଛି । ଖାଲି ସେତିକି ନୁହେଁ ନର୍ସିଙ୍ଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ନର୍ସ ମାନଙ୍କୁ “ଫ୍ଲୋରେନ୍ସ ନାଇଟ ଆଙ୍ଗଲ” ପୁରସ୍କାରରେ ସମ୍ମାନିତ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.