ଭଗବାନ ହିଁ ସାହା: ଅଧାବାଟରେ ଜନ୍ମ ହେଲା ଶିଶୁକନ୍ୟା, ଶେଷର ଗାଁ ଜମି ବନ୍ଧା ପକାଇ ନାଗପୁରରୁ ଭଦ୍ରକ ଫେରିଲେ ଦମ୍ପତ୍ତି

ଭଦ୍ରକ : ଏପ୍ରିଲ ୨ ତାରିଖ । ସୁରତରୁ ବସ୍ ଯୋଗ‌େ ଭଦ୍ରକ ଫେରୁଥିଲେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କୁବେରା ଗ୍ରାମର ସୁଶାନ୍ତ ବେହେରା ଏବଂ ତାଙ୍କ ପତ୍ନୀ । ହଠାତ୍ ଅଧାବାଟରେ ପତ୍ନୀଙ୍କର ଆରମ୍ଭ ହୋଇଗଲା ଗର୍ଭ ଯନ୍ତ୍ରଣା। କଣ କରିବେ କିଛି ଭାବିବା ପୂର୍ବରୁ ସବୁ ମାନବିକତାକୁ ଅଣଦେଖା କରି ଯାତ୍ରୀ ନେଇ ଆସୁଥିବା ବସ ଡ୍ରାଇଭର ଜଣଙ୍କ ନାଗପୁର –ମୁମ୍ବାଇ ଜାତୀୟ ରାଜପଥର ନାଗପୁର ନିକଟରେ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ରାସ୍ତା କଡରେ ଓହ୍ଲାଇଦେଲେ।

ଭଗବାନଙ୍କୁ ଡାକିବା ଛଡା ଆଉ ସେମାନଙ୍କ ପାଖରେ ଆଉ କିଛି ଚାରା ନଥିଲା । କେତେ କଷ୍ଟରେ ସେହିଦିନ ରାତିରେ ରାସ୍ତା କଡରେ ସୁଶାନ୍ତଙ୍କ ପତ୍ନୀ ଏକ ଶିଶୁ କନ୍ୟା ଜନ୍ମ କଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିକଟସ୍ଥ ଏକ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ। ତେବେ ସୁଶାନ୍ତଙ୍କ ପାଖରେ ଏବେ ଆଉ ଟଙ୍କାଟିଏ ନାହିଁ। ବସ୍ ଭଡା ବାବଦକୁ ୬ଟଙ୍କାର ଟିକେଟ କିଣିଥିଲେ । ଏହାସହ ପାଖରେ ଥିବା କିଛି ଟଙ୍କା ଡାକ୍ତରଖାନାରେ ଖର୍ଚ୍ଚ ହୋଇଗଲା । ତେବେ ଉଭୟ ସ୍ବାମୀ- ସ୍ତ୍ରୀ କିଭଳି ଓଡ଼ିଶା ଫେରିବେ, ସେ ନେଇ ଚିନ୍ତାରେ ଥିବାସହ ରାଜ୍ୟ ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ତାଙ୍କୁ ସହାୟତା କରନ୍ତୁ ବୋଲି ସେ ନିବେଦନ କରିଥିଲେ ସୁଦ୍ଧା ତାଙ୍କ ଦୁଃଖ କେହି ଶୁଣି ନଥିଲେ।

Babyଶେଷରେ ନିଜର ଗାଁ ଲୋକଙ୍କ ସହାୟତାରେ ନିଜ ଗ୍ରାମରେ ଥିବା ତାଙ୍କର କିଛି ଜମି ବନ୍ଧା ପକାଇ ୨୮ ହଜାର ଟଙ୍କା ସଂଗ୍ରହ କରି ତାଙ୍କ ନିକଟକୁ ପଠାଯିବା ପରେ ନାଗପୁରରୁ ଏକ ଟ୍ୟାକ୍ସି ଭଡା କରି ଉଭୟ ଭଦ୍ରକରେ ଆସି ପହଞ୍ଚିଥିଲେ। ମନୋଜକୁ ଶିଶୁ କନ୍ୟାଟିର ଦେହ ଅସୁସ୍ଥ ହୋଇ ପଡିବାରୁ ଗତକାଲି ରାତିରେ ଆସି ଭଦ୍ରକ ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିଥିଲେ। ସାରା‌ ରାତି ସେମାନେ ଭଦ୍ରକ ମେଡିକାଲ ବାରଣ୍ଡାରେ ରହିଥିଲେ। କରୋନା କଟକଣା ପାଇଁ ସେମାନଙ୍କୁ ଏତେ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ସରକାରୀ ସହାୟତା ନମିଳିବା କାରଣରୁ ମନୋଜ ଦୁଃଖ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.