ଆନ୍ଧ୍ର ପ୍ରଦେଶରୁ ଡଙ୍ଗାରେ ପୁରୀ ପଳାଇ ଆସିଲେ ୨୫ ମତ୍ସ୍ୟଜୀବୀ

ପୁରୀ: ସମୁଦ୍ର ପଥରେ ଫେରିଲେ ପ୍ରବାସୀ। ଜଳପଥରେ ବିଶାଖାପାଟଣାରୁ ଡଙ୍ଗା ସାହାଯ୍ୟରେ ଫେରିଲେ ୨୫ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାଗାର ୧୦ଜଣ ପୁରୀର ୬ଜଣ ମତ୍ସ୍ୟଜୀବୀ ଅଛନ୍ତି। ଆଉ କିଛି ମତ୍ସ୍ୟଜୀବୀ ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡିଛନ୍ତି। ଚନ୍ଦ୍ରଭାଗା ଉପକୂଳରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସମସ୍ତଙ୍କୁ ଧରି ଗୋପ ତହସିଲଦାରଙ୍କ ନିକଟରେ ଜିମା ଦିଆଯାଇଛି ।

seaଲକ୍‌ଡାଉନ ପରେ ଏମାନେ ଆନ୍ଧ୍ର ପ୍ରଦେଶର ଚୁନିରୁ ଏକ ଡଙ୍ଗା ଯୋଗେ ପଳାଇ ଆସିଛନ୍ତି। ସମସ୍ତଙ୍କୁ କୋଣାର୍କରେ ଥିବା ସଙ୍ଗରୋଧ ଗୃହକୁ ପଠାଇ ଦିଆଯାଇଛି । ଗତ ଏପ୍ରିଲ ୧୬ରେ ଚେନ୍ନାଇରୁ କିଛି ଲୋକ କୋଣାର୍କରେ ଓ ଆଉ କିଛି ଆନ୍ଧ୍ର ମଛଲିପଟନମରେ ପହଞ୍ଚିଥିଲେ। ତେବେ ଲକ୍ ଡାଉନ୍ ପରେ ବାରମ୍ବାର ପ୍ରବାସୀମାନେ ନିଜ ଜୀବନକୁ ବାଜି ଲଗାଇ ଏମିତି ସମୁଦ୍ର ବାଟ ଦେଇ ନିଜ ଅଞ୍ଚରେ ପହଁଚିବାକୁ ଚେଷ୍ଟା କରୁଛନ୍ତି । ଯାହା ଏବେ ସମସ୍ତଙ୍କ ମୁଣ୍ଡ ବ୍ଯଥାର କାରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.