ଆଠଗଡ ତିଗିରିଆରେ ଆଜି ୧୨ ଘଣ୍ଟିଆ ସଟ୍‌ଡାଉନ୍, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି

 ଆଠଗଡ : କଟକ ଆଠଗଡ ତିଗିରିଆରେ ୧୨ ଘଣ୍ଟିଆ ସଟ୍‌ଡାଉନ୍‌ । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଭୋଗଡ଼ା, ନୂଆପଟଣା ଓ ଜେମାଦେଇପୁରରେ ୨୪ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳରେ ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ବନ୍ଦ ରଖାଯିବ ।

କଟକ ଜିଲ୍ଲା ଆଠଗଠ ତିଗିରିଆରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନ ତତ୍ପର ହୋଇଛି । ତେବେ ଆକ୍ରାନ୍ତ ଜଣକ ସୁରତ ଫେରନ୍ତା । ଗତ ୩ଦିନ ତଳେ ସ୍ୱାବ ଟେଷ୍ଟ ପାଇଁ ଯାଇଥିବା ବେଳେ ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହାପରେ ନୂଆପାଟଣା ବଜାରରେ ଥିବା ସମସ୍ତ ଦୋକାନ ବଜାରକୁ ବନ୍ଦ କରାଯାଇଛି । ଆଖପାଖ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଆଉ କାହା ସମ୍ପର୍କରେ ଆସିଛନ୍ତି କି ନାହିଁ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.