କଟିବନି କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ଦରମା : ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ୍‌କୁ ନେଇ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା କୌଣସି କର୍ମଚାରୀଙ୍କ ଦରମା କଟିବନି ବୋଲି ସୂଚନା ଦିଆଯାଇଛି। ଲମ୍ବା ଲକ୍ଡାଉନ୍ ଯୋଗୁଁ ଦେଶର ଅର୍ଥନୈତିକ କ୍ଷତିଭରଣା ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ ହେବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଖଣ୍ଡନ କରିଛନ୍ତି। ଏମିତି ଦରମା କାଟ କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଅର୍ଥମନ୍ତ୍ରୀ ଏକ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି।

finance

ଏପ୍ରିଲ୍ ମାସରେ ଏମିତି ଏକ ଟ୍ୱିଟ୍ ରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ, କେନ୍ଦ୍ର ସରକାର ପେନସନ ଭୋଗୀମାନଙ୍କର ପ୍ରାପ୍ୟରୁ ୨୦% କଟାଯିବା ଖବର ମଧ୍ୟ ‘‘ମିଛ ଓ ଭିତ୍ତିହୀନ’’। ତେଣୁ ଦରମା ବା ପେନସନ କାଟ ହେଉନଥିବା ସ୍ପଷ୍ଟ ହେଉଛି। ତେବେ କରୋନା ଭୂତାଣୁ ବିରୋଧୀ ଲଢେଇରେ ଖର୍ଚ ତୁଲାଇବାକୁ ଗତ ମାସରେ କେନ୍ଦ୍ର ସରକାର ନିଜର ୫୦ ଲକ୍ଷ ଚାକିରିଆ ଓ ୬୧ ଲକ୍ଷ ପେନସନ ଭୋଗୀଙ୍କ ମହଙ୍ଗା ଭତ୍ତାକୁ ବନ୍ଦ କରିଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ କୋଭିଡ-୧୯ ମହାମାରୀ ସଙ୍କଟ ସମୟରେ କନ୍ଦ୍ର ସରକାର କର୍ମଚାରୀଙ୍କ ବେତନର ୩୦ ପ୍ରତିଶତ କାଟ୍‌ ହେବ ବୋଲି କୁହାଯାଉଥିଲା। ବେତନ କଟିବାକୁ ନେଇ କୌଣସି ପ୍ରକାର ମିଛ କିମ୍ବା ଗୁଜବ ଠାରୁ ଦୂରେଇ ରହିବା ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.