ଗବେଷକ ଦେଲେ ପ୍ରମାଣ, ବାୟୁରୁ ବ୍ୟାପୁଛି କରୋନା

ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ଜଣାପଡୁଛି । ତେବେ ଏହା ଏକ ବାୟୁ ବାହିତ ସଂକ୍ରମଣ ବୋଲି ସଦ୍ୟ ଗବେଷଣାରୁ ଜଣାପଡ଼ିଛି । ଏହି ଖବର ଜଣାପଡ଼ିବା ପରେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି ।

ଏହି ଗବେଷଣା ଅନୁଯାୟୀ କୋଭିଡ୍-୧୯ର ଦ୍ୱିତୀୟ ଲହର କାଳରେ ସଂକ୍ରମଣ ବିସ୍ତାର କରୁଥିବା ସାର୍ସ-କୋଭ୍-୨ ଭୂତାଣୁ ସାଂଘାତିକ ଭାବେ ବାୟୁ ବାହିତ ଏବଂ ବାୟୁ ଦ୍ୱାରା ହିଁ ବ୍ୟାପୁଛି । ଏକ ନୂତନ ଗବେଷଣା ଅନୁଯାୟୀ, ଭୂତାଣୁ ନିଜର କାୟା ବିସ୍ତାର କରି ବାୟୁରେ ମିଶିଯିବା ପରେ ବାୟୁ ମାଧ୍ୟମରେ ହିଁ ସଂକ୍ରମଣକୁ ବିସ୍ତାରିତ କରିଥାଏ। ବ୍ୟାପକ ଗବେଷଣା ପରେ ଜଣାପଡ଼ିଥିବା ଏହି ତଥ୍ୟ ଆଜି ଆମେରିକୀୟ ମେଡିକାଲ୍ ଜର୍ଣ୍ଣାାଲ୍ ଲାନସେଟ୍ରେ ଆଜି ପ୍ରକାଶିତ ହୋଇଛି।

ଫଳରେ ଏହା ଜଣଙ୍କଠାରୁ ଅନ୍ୟଜଣଙ୍କୁ ସହଜରେ ବ୍ୟାପୁଛି। ସାଧାରଣ ଜନସ୍ୱାସ୍ଥ୍ୟ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇ ନ ଥାଏ। ବ୍ରିଟେନ, ଆମେରିକା ଏବଂ କାନାଡାର ୬ ଜଣ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏହି ଗବେଷଣା ଅନୁଯାୟୀ ସଂକ୍ରମଣ ବିସ୍ତାର କରୁଥିବା ଏହି ଭୂତାଣୁ ବାୟୁ ଦ୍ବାରା ବ୍ୟାପୁଛି। ତେବେ ଏହାର ଅଧିକ ଗବେଷଣା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.