ଆଜିଠୁ ୨୫ ତାରିଖ ରାତି ୧୦ଟା ଯାଏ ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍‌ । ଆଜି ଦିନ ୧୨ଟାରୁ ୨୫ ତାରିଖ ରାତି ୧୦ଟା ଯାଏ ସଟଡାଉନ ଘୋଷଣା କଲେ ସରପଞ୍ଚ ସସ୍ମିତା ସାହୁ । କୋଟସାହିରେ ପଜିଟିଭ୍‌ ଚିହ୍ନଟ ପରେ ସଂକ୍ରମଣ ଆଶଙ୍କା କରି ପଞ୍ଚାୟତକୁ ସଟଡାଉନ କରାଯାଇଥିବା ଜଣାପଡିଛି।

ସୂଚନା ଥାଉକି, ଗତକାଲି ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଇଥିଲା କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ଯରେ ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ତେବେ ଉଭୟ ମୃତକ କଟକର ବୋଲି ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.