ବଢୁଛି କରୋନାର ପ୍ରକୋପ, ବଢୁଛି ଚିନ୍ତା; ସାରା ବିଶ୍ୱରେ ପାଖାପାଖି ୭ ଲକ୍ଷ ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରକୋପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ୍‌ ଯୋଗୁ ୬ ଲକ୍ଷ ୬୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ପାଖାପାଖି ୩୧ ହଜାର ଲୋକଙ୍କ ଜୀବନ ନେଇଛି ଏହି କରୋନା ଭାଇରସ୍‌ । କେବଳ ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପି ଗଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୮ ଶହରୁ ବେଶି ଲୋକଙ୍କ ଜୀବନ ଯାଇଛି ।
ସେହିପରି ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୩ ହଜାର ଟପିଥିବା ବେଳେ ଗୋଟିଏ ଦିନରେ ୧୯ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଗତକାଲି ୫ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ସେହିପରି ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ ଓ ଇରାନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଖୁସିର କଥା ହେଉଛି ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧ ଲକ୍ଷ ୪୨ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।

WORLD LIST

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.