ଆଜି ‘ମନ କି ବାତ’ କାର୍ଯ୍ୟକ୍ରମରେ କାରୋନା ବିଷୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ନିଶ୍ଚୟ ଯୋଗ ଦିଅନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଦିନ ଭଳି ଏହି ରବିବାର ଅର୍ଥାତ ଆଜି ମନ କି ବାତ କରିବେ। କିନ୍ତୁ ଏଥର କାର୍ଯ୍ୟକ୍ରମରେ ବିଶ୍ଵ ମହାମାରୀ କାରୋନା ଭାଇରସ ଉପରେ କେନ୍ଦ୍ରିତ ହେବ। ଏହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି।

ପିଏମ ଟ୍ୱିଟ କରି ଜଣାଇଛନ୍ତି ଯେ ମନ କି ବାତର ନୂଆ ଏପିସୋଡ଼କୁ କାରୋନା ଭାଇରସ ଉପରେ କେନ୍ଦ୍ରିତ କରାଯିବ। ସେ ଟ୍ୱିଟରେ ଲେଖିଛନ୍ତି ପୂର୍ବାହ୍ନ ୧୧ଟାରେ ଶୁଣନ୍ତୁ। ଏହି ଏପିସୋଡ଼ରେ କୋବିଡ଼-୧୯ କାରଣ ଦ୍ୱାରା ହୋଇଥିବା ଗମ୍ଭୀର ପରିସ୍ଥିତି ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ।

narendra modiଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କର ରେଡ଼ିଓ କାର୍ଯ୍ୟକ୍ରମ ‘ମନ କି ବାତ’ ପ୍ରତି ମାସ ଶେଷ ରବିବାରରେ ପ୍ରସାରିତ କରାଯାଏ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଜା ଖବର ଉପରେ ନିଜର ମତ ରଖନ୍ତି।

ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ପିଏମ କେୟାର୍ସ ଫଣ୍ଡ ବନାଇବା ଘୋଷଣା

କରୋନା ମୁକାବିଲା ପାଇଁ ‘ପିଏମ କେୟାର ଫଣ୍ଡ’ ଗଠନ ହେଲା। ଏହି ପାଣ୍ଠିକୁ ଦାନ କରିବା ପାଇଁ ଦେଶର ସବୁ ବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ସମୟର ମୁକାବିଲା ଏବଂ ଆଗକୁ ସୁସ୍ଥ ଭାରତ ଗଠନ ଦିଗରେ ଏହି ଅର୍ଥ ସହାୟକ ହେବ ବୋଲି ମୋଦି ଟ୍ଵିଟ୍‌ କରି କହିଛନ୍ତି । ଏହି ପାଣ୍ଠିକୁ ଦାନ କରିବାକୁ ଆକାଉଣ୍ଟ ନମ୍ବର ଦିଆଯାଇଛି । ଆକାଉଣ୍ଟର ନା PM CARES. ଆକାଉଣ୍ଟ ନମ୍ବର 2121PM 20202. IFSC CODE : SBIN0000691. SWIFT CODE : SBININBB104 . STATE BANK OF INDIA, NEW DELHI MAIN BRANCH. ସେହିପରି pmindia.gov.in ବ୍ୟବହାର କରି ମଧ୍ୟ ଅର୍ଥ ଦାନ କରିହେବ। କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାଙ୍କିଂ, UPI ଓ RTGS ବା NEFT ମାଧ୍ୟମରେ ଅର୍ଥ ଦାନ କରି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.