Below header

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ: ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନର ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ଦାୟିତ୍ୱ ବଣ୍ଟନ

ଭୁବନେଶ୍ବର: କୋଭିଡ ୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଶାଳ ପଦକ୍ଷେପ । ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନର ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି । କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରିବା, ବିଭିନ୍ନ ବିଭାଗ ଓ ପର୍ଯ୍ୟବେକ୍ଷକଙ୍କ ସହ ସମନ୍ଵୟ ରକ୍ଷା କରିବା ପାଇଁ ବରିଷ୍ଠ ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାମ କରିବେ । ଲକଡାଉନ ଉଠିବା ପରେ ରାଜ୍ୟକୁ ପ୍ରବାସୀ ଓଡିଆଙ୍କ ଆଗମନ ସହ କୋଭିଡ ମୁକାବିଲା ଓ କେନ୍ଦ୍ର ସହ ସମନ୍ଵୟ ରକ୍ଷା କରିବେ ଏହି ଅଧିକାରୀ ଗଣ ।

ରାଜ୍ୟରେ କୋଭିଡ ହସପିଟାଲ ପ୍ରତିଷ୍ଠା ପାଇଁ ବରିଷ୍ଠ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ର ଓ ସୌରଭ ଗର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି । ପିକେ ମହାପାତ୍ରଙ୍କୁ ସାମାଜିକ ଦୂରତ୍ୱ ରକ୍ଷା ନିୟମାବଳୀର ଚୂଡ଼ାନ୍ତ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଦାୟିତ୍ୱ ପ୍ରଦାନ କରାଯାଉଛି । ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଯୋଗାଇବାର କାର୍ଯ୍ୟକାରିତା ଦାୟିତ୍ୱରେ ରହିଛନ୍ତି ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା । କୋଭିଡ ୧୯ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦାୟିତ୍ୱ ମିଳିଛି ଅନୁ ଗର୍ଗଙ୍କୁ । କ୍ରିଷନ କୁମାରଙ୍କୁ ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କ ପଞ୍ଜିକରଣ ଦାୟିତ୍ୱ ପ୍ରଦାନ କରାଯାଇଛି । ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ ଦାୟିତ୍ୱ ସୁରେନ୍ଦ୍ର କୁମାରଙ୍କୁ ପ୍ରଦାନ କରାଯାଇଛି ।

ହେମନ୍ତ ଶର୍ମାଙ୍କୁ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀ ସଂଗ୍ରହ ଓ ଯୋଗାଣ ଦାୟିତ୍ୱ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଭାବେ ଦାୟିିତ୍ୱ ତୁଲାଇବେ ବିଶାଲ ଦେବ । ଏହାସହ ସଚିନ ଯାଦବଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଓଏସଡି ଭାବେ ଆର ଭିନିଲକ୍ରିଷ୍ଣାଙ୍କୁ ଦାୟିତ୍ୱ ମିଳିଛି । ଅରବିନ୍ଦ ଅଗ୍ରୱାଲ, ବିଏସ ପୁନିଆ, ସୋମେଶ ଉପାଧ୍ୟାୟ, ଅନେ୍ଵଷା ରେଡ୍ଡୀ, ହେମନ୍ତ କାନ୍ତ ସା, ଘନଶ୍ୟାମ ଉପାଧ୍ୟାୟ, ଜେଏନ ପଙ୍କଜ ଓ ଅନିରୁଦ୍ଧ କୁମାର ସିଂହଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି।ଏହା ସହ ରାଜ୍ୟ ବାହାରୁ ଆସୁଥିବା ଓଡ଼ିଆଙ୍କ ନାମ ପଞ୍ଜିକରଣ ଓ ସ୍ୱାସ୍ଥ୍ୟସେବା ହେଲ୍‌ପଲାଇନ ଓ କଲ ସେଣ୍ଟର ନିର୍ମାଣ ପାଇଁ ଆଇପିଏସ ଅମିତାଭ ଠାକୁର, ସଞ୍ଜୀବ ପଣ୍ଡା, ସାର୍ଥକ ଷଡ଼ଙ୍ଗୀ, ଆଇଏଫଏସ ଜି ରଘୁ, ଆଇଏଏସ ଦିବାକର ଟିଏସ ଓ ଆଶିଷ ପାଟିଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.