ନବରଙ୍ଗପୁର ଓ ବାଲେଶ୍ୱରରେ ଅଘଟଣ: ବଜ୍ରାଘାତରେ ଗଲା ୪ ଜୀବନ

ନବରଙ୍ଗପୁର/ବାଲେଶ୍ୱର: ବଜ୍ରାଘାତରେ ଗଲା ୩ ଜୀବନ। ନବରଙ୍ଗପୁର ଚଟାହାଣ୍ଡି ପଞ୍ଚାୟତର ବାଉଁଶୀଆଗୁଡ଼ା ଗାଁରେ ଘଟିଛି ଅଘଟଣ। ଗତକାଲି ସଂଧ୍ୟାରେ ବଜ୍ରାଘାତରେ ଦୁଇ ଭାଇ ଓ ଅନ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ହେଉଛନ୍ତି ଲଳିତ ବିନ୍ଧାଣୀ ଓ ମୋତିରାମ ବିନ୍ଧାଣୀ। ଉଭୟଙ୍କ ବୟସ ୧୬ ଓ ୧୪ ବର୍ଷ। ସେମାନଙ୍କର ଅନ୍ୟ ଜଣେ ସାଙ୍ଗ ୧୫ ବର୍ଷୀୟ କାଦମ ହରିଜନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତିନି ଜଣ ଗାଁ ପୋଖରୀରୁ ଶୌଚ ହୋଇ ଫେରିବା ବେଳେ ବଜ୍ରାଘାତ ହୋଇଥିଲା। ସମସ୍ତଙ୍କୁ ନବରଙ୍ଗପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବାଲେଶ୍ୱର ଜିଲ୍ଲା ସୋର ବାବୁପାଟଣା ଗାଁରେ ମଧ୍ୟ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ପ୍ରଫୁଲ ବେହେରା। ସେ ଜମି ପାଇଁ ଖତ ଆଣିବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.