କରୋନା ସଙ୍କଟ ମଧ୍ୟରେ କ୍ୟାନ୍ସର ପୀଡିତା ଶିଶୁକନ୍ୟାକୁ କୁଏତରୁ ଆଣିଲା ବାୟୁସେନା, ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ସୂଚନା ଅନୁଯାୟୀ କୋଭିଡ -19 ସଙ୍କଟ ମଧ୍ୟରେ ବାୟୁସେନା ରବିବାର ଦିନ ମାନବୀୟ ମିଶନ ଦ୍ୱାରା କ୍ୟାନ୍ସର ସହ ସଂଘର୍ଷ କରୁଥିବା ଜଣେ ଛଅ ବର୍ଷର ବାଳିକା ଏବଂ ତାଙ୍କ ପିତାଙ୍କୁ କୁଏତରୁ ଆଣିଛି । ଉକ୍ତ ଶିଶୁଟିର ଜରୁରୀକାଳୀନ ଅସ୍ତ୍ରୋପଚାର କରିବାକୁ ପଡିବ । ମନ୍ତ୍ରୀ ବାୟୁସେନା ବିମାନ ବାହାରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ଫଟୋ ସେୟାର କରିଛନ୍ତି ଯାହାଙ୍କ କୋଳରେ ଶିଶୁକନ୍ୟା ରହିଛି ।

ଏହି ଫଟୋକୁ ସେୟାର କରିବା ସହ ମନ୍ତ୍ରୀ ଲେଖିଛନ୍ତି ଯେ କରୋନା ସଙ୍କଟ ସମୟରେ ବାୟୁସେନାର ଏକ ବିମାନ ମାନବିକତା ଅଭିଯାନରେ କୁଏତରେ ପହଞ୍ଚି ଛଅ ବର୍ଷର ବାଳିକା ଏବଂ ତାଙ୍କ ପିତାଙ୍କୁ ଆଣିଥିଲା । ଏହାସହିତ ସେ ଲେଖିଥିଲେ ଯେ ଏହି ଛୋଟ ଝିଅଟି କ୍ୟାନ୍ସର (ମସ୍ତିଷ୍କ ଟ୍ୟୁମର) ସହିତ ଲଢେଇ କରୁଛି । ବର୍ତ୍ତମାନ ତାର ଜରୁରୀକାଳୀନ ଅସ୍ତ୍ରୋପଚାର କରାଯିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.