ବାଲେଶ୍ୱରରେ ଆଉ ତିନି, ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୯ରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଆଉ ୩ କରୋନା ପଜେଟିଭ୍‌ ଚିହ୍ନଟ । ସମସ୍ତେ ବାଲେଶ୍ୱରର । ଏହି ତିନି ଜଣ ବାଲେଶ୍ୱର ବାସିନ୍ଦା । ଏମାନେ ସମସ୍ତେ କୋଲକାତା ଫେରନ୍ତା । ତିନି ଜଣ ଯାକ ହେଉଛନ୍ତି ପୁରୁଷ । ସେମାନଙ୍କ ବୟସ ୪୪, ୬୧ ଓ ୬୩ ବର୍ଷ । ଏମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଛି । ଏବେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରାଯାଉଛି । ବାଲେଶ୍ୱର ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହୋଇଛି । ବର୍ତ୍ତମାନ ‘ବିଜେବି’ (ବାଲେଶ୍ୱର, ଯାଜପୁର, ଭଦ୍ରକ) କୁହାଯାଉଥିବା ତିନିଟି ଯାକ ଜିଲ୍ଲାରେ ପ୍ରତ୍ୟେକ ୧୯ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ତିନି ଜିଲ୍ଲା ମଧ୍ୟରେ କୋଲକାତା ଫେରନ୍ତାଙ୍କୁ ନେଇ ଯେମିତି ଲାଗିଛି ପ୍ରତିଯୋଗିତା ।

ଏବେକାର ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜେଟିଭଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି । ଆଜି ପୂର୍ବାହ୍ନରେ ଚିହ୍ନଟ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ଯଥାକ୍ରମେ କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ାର ଥିଲେ । ଆଉ ଜଣେ ଥିଲେ ଭୁବନେଶ୍ୱର ମଧୁସୂଦନ ନଗରର ।

Leave A Reply

Your email address will not be published.