ଆନ୍ଧ୍ର ପାତପାଟନାମରେ ୪ କୋରନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଗଜପତି ଜିଲ୍ଲାର ୫୫ ଜଣଙ୍କ ରିପୋର୍ଟ ଆସିଲା ନେଗେଟିଭ, ସୂଚନା ଦେଲେ ଜିଲ୍ଲାପାଳ

ଗଜପତି(କେନ୍ୟୁଜ):ଗତ କିଛି ଦିନ ଧରି ପାରଳାଖେମୁଣ୍ଡିକୁ ଲାଗି ରହିଥିବା ପୋଡଶୀ ଆନ୍ଧ୍ରପ୍ରଦେଶର ପାତପାଟନାମରେ ୪ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ଆନ୍ଦ୍ର ସରକାର ଘୋଷଣା କରିବା ପରେ ଉକ୍ତ ଆକ୍ରାନ୍ତଙ୍କ ଲିଙ୍କ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଓ କାଶୀନଗର ବ୍ଲକ ସହ ରହିଥିବା ଜଣାପଡିଥିଲା। ଯାହାକୁ ଗୁରୁତ୍ବର ସହ ନେଇ ଜିଲ୍ଲା ପ୍ରସାଶନ ଆନ୍ଦ୍ରରେ ଚିହ୍ନଟ ହୋଇଥିବା ୪ଜଣ କୋରନା ସଂକ୍ରାମିତଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଇଥିଲେ ଭୁବନେଶ୍ବର ଯାହାର ଟେଷ୍ଟ ରିପୋର୍ଟର ଅପେକ୍ଷା କରିଥିଲେ ଅଞ୍ଚଳବାସୀ। କାରଣ କିଛିଦିନ ହେବ ଲୋକେ ସଂକ୍ରମଣକୁ ନେଇ ଭୟଭିତ ଥିଲେ। ଯାହାକୁ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଜିଲ୍ଲାର ୫୫ଜଣଙ୍କ ସ୍ବାବ୍ ଟେଷ୍ଟ ପାଇଁ ଆରଏମସି ଭୁବନେଶ୍ବରକୁ ପଠା ଯ଼ାଇଥିଲା ୫୫ଟିର ସ୍ବାବ ରିପୋର୍ଟ ଆସିଯାଇଛି ସେ ସବୁ ନେଗେଟିଭ ରହିଛି।

 

Leave A Reply

Your email address will not be published.