ରାଜ୍ୟରେ ୧୪ ଦିନିିଆ ଲକଡାଉନର ଆଜି ଦ୍ୱିତୀୟ ଦିନ, ଛକ ଛକରେ ବ୍ୟାରିକେଡ୍‌ ସହ ଇଁତରା ମାରୁଛି ପୋଲିସ୍

ଭୁବନେଶ୍ବର: କରୋନା କାୟାରେ ବ୍ରେକ୍‌ ଲଗାଇବାକୁ ରାଜ୍ୟରେ ୧୪ ଦିନିିଆ ଲକଡାଉନ୍‌ ର ଆଜି ଦ୍ୱିତୀୟ ଦିନ। ଗାଁଠୁ ସହର ସବୁ ଶୂନଶାନ । ରାସ୍ତାଘାଟ ଖାଲି ଖାଲି । ଛକ ଛକରେ ପୋଲିସ ନାକାବନ୍ଦୀ କରିବା ସହ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରାଯାଇଛି । ପୋଲିସ ପଇଁତରା ମାରୁଛନ୍ତି । ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ।

ରାସ୍ତାରେ କେବଳ ମାଲ ପରିବହନ କରୁଥିବା ଗାଡ଼ିମୋଟର ଗଡୁଛି । ଯେଉଁମାନେ ଜରୁରୀ ସେବାରେ ଅଛନ୍ତି ସେମାନେ ପଦାକୁ ଗୋଡ଼ କାଢ଼ିଛନ୍ତି । ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଖୋଲାରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ଚାଲି ଚାଲି ଯାଇ ଗ୍ରୋସରୀ, ପନିପରିବା, କ୍ଷୀର ଓ ଆମିଷ କିଣିଛନ୍ତି ଲୋକ । ଲକ୍‌ଡାଉନକୁ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.