Below header

ଭାରତରେ ୨୭ଟି ରାଜ୍ୟକୁ କବଳିତ କଲା କରୋନା, ଗୋଟିଏ ଦିନରେ ପ୍ରାୟ ଦେଢ ଶହ ମାମଲା

ନୂଆଦିଲ୍ଲୀ : ସାରା ବିଶ୍ୱ ଭଳି ଭାରତରେ ମଧ୍ୟ କରୋନା ଭାଇରସ୍‌ର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି କରୋନା। ଗୋଟିଏ ଦିନରେ ପ୍ରାୟ ଦେଢ ଶହ ମାମଲା ସାମ୍ନାକୁ ଆସିଛି। ସୂଚନା ଅନୁସାରେ ମୋଟ୍‌ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ରହିଛି । ଗତକାଲି ତାମିଲନାଡ଼ୁରେ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସର୍ବାଧିକ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡୁରେ ସର୍ବାଧିକ ଲୋକ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ୮୭ ହଜାରରୁ ଊର୍ଦ୍ଧ୍ୱ ଲୋକ ତାମିଲନାଡୁରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ ହୋମ୍‌ କ୍ୱାରେଣ୍ଟାଇନ୍‌ ତାଲିକାର ୮ ନମ୍ବରରେ ରହିଛି ।ସବୁଠୁ ବଡ଼ କଥା ହେଉଛି ଝାଡଖଣ୍ଡରେ ଜଣେ ବି କରୋନା ଆକ୍ରାନ୍ତ ହୋଇନଥିଲେ ମଧ୍ୟ ଏଠାରେ ୪୦ ହଜାରରୁ ଅଧିକ ଲୋକ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ସେହିପରି ଦିଲ୍ଲୀକୁ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ଯାତାୟାତ ହୋଇଥିଲେ ମଧ୍ୟ ଏଠାରେ ୩ ହଜାରରୁ କମ୍‌ ଲୋକ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.