Below header

ଇମ୍ରାନ ଖାନଙ୍କ ଆରୋପ, ‘ଚାଇନାରୁ ନୁହେଁ ଇରାନରୁ ପାକିସ୍ତାନକୁ ଆସିଛି ୭୦ ପ୍ରତିଶତ ମାମଲା’

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କହିବା ଅନୁଯାୟୀ “ପାକିସ୍ତାନରେ କରୋନାର ୭୦ ପ୍ରତିଶତ ମାମଲା ଇରାନରୁ ଆସିଛି ଏବଂ ଦୁଇ ସପ୍ତାହ ପରେ ଏଠାରେ କଣ ହେବ ସେ ନେଇ କିଛି କହି ହେବନାହିଁ” ।

ସୂଚନା ଅନୁଯାୟୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିକଟରେ ଏକ ପ୍ରେସ କନଫରେନ୍ସରେ ଏପରି କିଛି କହିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଇମ୍ରାନ ଖାନଙ୍କ କହିବା ଅନୁଯାୟୀ ଚୀନରୁ କରୋନାର ଗୋଟିଏ ବି ମାମଲା ପାକିସ୍ତାନ ଆସିନାହିଁ କିନ୍ତୁ ଇରାନ ଏହାକୁ ନିୟନ୍ତ୍ରଣ କରିପାରିଲା ନାହିଁ ଯେଉଁଥିପାଇଁ ସେ ଲୋକ ତାଫତାନକୁ ପଠେଇଦେଲା । ତାଫତାନରେ ଏତେ ଲୋକଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିଲା । ଏହାସହିତ ସେ କହିଛନ୍ତି ଯେ ପାକିସ୍ତାନରେ ୭୦ ପ୍ରତିଶତ କରୋନା ରୋଗୀ ଇରାନରୁ ଆସିଛନ୍ତି ।

Is Imran Khan responsbile for problems of Pakistan? - Global ...

ଆଗକୁ ସେ କହିଥିଲେ ଯେ ଯଦିଓ ବର୍ତ୍ତମାନ କରୋନା ଆମ ଦେଶରେ ଏତେ ମାତ୍ରାରେ ବ୍ୟାପୀ ନାହିଁ କିନ୍ତୁ ଦୁଇ ସପ୍ତାହ ପରେ କଣ ହେବ ସେନେଇ ମଧ୍ଯ କିଛି କହି ହେବନାହିଁ । ଆମେ କରୋନା ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛୁ ସତ କିନ୍ତୁ ଆଗକୁ କଣ ହେବ ତାର ଗ୍ୟାରେଣ୍ଟି ଦେଇ ପାରୁନାହିଁ ।

ସୂଚନା ଅନୁଯାୟୀ ପାକିସ୍ତାନରେ ଫେବ୍ରୁଆରି ମାସରେ ପ୍ରଥମେ କରୋନା ଭାଇରସର ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ୍ ପର୍ଯ୍ୟନ୍ତ ସେଠାରେ ୧୩୬୩ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.