କରୋନା ମୁକାବିଲା ପାଇଁ ଆରମ୍ଭ ହେଲା ‘ନ୍ୟାସନାଲ୍‌ ଟେଲି କନସଲଟେସନ୍‌ ସେଣ୍ଟର’, ଏଣିକି ଟେଲିଫୋନରେ ନେଇପାରିବେ ଡାକ୍ତରୀ ପରାମର୍ଶ

ଦିଲ୍ଲୀ: କରୋନା ମୁକାବିଲା ପାଇଁ ଆରମ୍ଭ ହୋଇଛି ନ୍ୟାସନାଲ୍‌ ଟେଲି କନସଲଟେସନ୍‌ ସେଣ୍ଟର । ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଭାଇରସ୍‌ ସଂକ୍ରମିତ ଲୋକଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଅନ୍ୟ ଡାକ୍ତରଙ୍କ ସହ ଯୋଗାଯୋଗ କରି ପାରିବେ । ଟେଲି ମେଡିସିନ୍‌ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

corona update

ଯେଉଁମାନେ ହସ୍ପିଟାଲ ଯାଇପାରିବେନି, ସେମାନେ ଟେଲି ମେଡିସିନ୍‌ ଜରିଆରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।

Leave A Reply

Your email address will not be published.