ସାରା ଦେଶରେ କାରୋନା ଆତଙ୍କ, କିନ୍ତୁ ଭାରତର ଏହି ରାଜ୍ୟର ପାଖ ମାଡିନି କାରୋନା !

ସାରା ବିଶ୍ବକୁ କମ୍ପନ କରୁଛି କାରୋନା ଭାଇରସ। ଚୀନର ବୁହାନ ସହରରୁ ସୃଷ୍ଟି ହୋଇଥିବା ଏହି ଘାତକ ଭାଇରସ ଏବେ ସାରା ବିଶ୍ବରେ ତାର କାୟା ବିସ୍ତାର କରିସାରିଛି। ଧୀରେ ଧିରେ ବ୍ୟାପି ଏହି ଭାଇରସ ସାରା ବିଶ୍ବକୁ ତା କବଳକୁ ନେଇଯାଇଛି। ଆଉ ଏହି ମହାମାରୀ ଭାଇରସ ସାରା ବିଶ୍ୱରେ ରଚୁଛି ମୃତ୍ୟୁର ତାଣ୍ଡବ। ଭାରତରେ ମଧ୍ୟ ଏହି ଭୂତାଣୁ ଶୀତଳ ଭାବରେ ପ୍ରବେଶ କରୁଛି। ଏପର୍ଯ୍ୟନ୍ତ ଭାରତରେ ମୋଟ କାରୋନା ଆକ୍ରତାଙ୍କ ସଂଖ୍ୟା ୧୦୨୯ରେ ପହଁଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୯କୁ ଛୁଇଁଛି।

ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଖବର ଜଣାଇବୁ, ଯାହାକୁ ଜାଣିଲା ପରେ ଆପଣ ନିହାତି ଭାବରେ ଖୁସି ହେବେ। ଭାରତରେ ପ୍ରାୟ ସବୁ ରାଜ୍ୟରେ ଏହି ଜୀବନନାଶକ କାରୋନା ପ୍ରବେଶ କରି ସାରିଥିବାବେଳେ ଏମିତି ଗୋଟିଏ ରାଜ୍ୟ ରହିଛି ଯେଉଁଠି ଏପର୍ଯ୍ୟନ୍ତ ଗୋଟିଏ ବି କାରୋନା ପଜିଟିଭ ମାମଲା ସାମ୍ନାକୁ ଆସିନାହିଁ।

covidସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାଇ ଏପର୍ଯ୍ୟନ୍ତ ଝାଡ଼ଖଣ୍ଡ ରାଜ୍ୟରେ କୌଣସି ଗୋଟିଏ ବି କାରୋନା ମାମଲା ସାମ୍ନାକୁ ଆସିନାହିଁ। ରାଜ୍ୟର ଏପର୍ଯ୍ୟନ୍ତ ମୋଟ ୭୭ ସନ୍ଦିଗ୍ଧଙ୍କ ନମୂନା ଯାଞ୍ଚ ହୋଇଛି, ଯେଉଁଥିରେ ୬୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ବାକି ୧୬ ଜଣଙ୍କ ରିପୋର୍ଟ ଏବେ ପର୍ଯ୍ୟନ୍ତ ଆସିନାହିଁ।

ସ୍ୱାସ୍ଥ୍ୟ ସଚିବ ନିତିନ କୁଲକର୍ନି ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୪୬୯ ଟି କ୍ୱାରେଣ୍ଟାଇନ ବେଡ ଏବଂ ୫୫୭ ଟି ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯାଇଛି। ଏହା ସତ୍ତ୍ୱେ ମଧ୍ୟ ଏଠାରେ ଅନ୍ୟ ରାଜ୍ୟ ଗୁଡିକ ଭଳି ଲକଡାଉନକୁ କଡାକଡି ଭାବରେ ପାଳନ କରାଯାଇଛି ।

coronaaaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଝାଡ଼ଖଣ୍ଡ ଦେଶର ବଡ ରାଜ୍ୟ ଅଟେ ଏବଂ ଏହା ଓଡ଼ିଶାର ସୀମାରେ ଅବସ୍ଥିତ ଥାଇ ମଧ୍ୟ କୌଣସି କାରୋନା ପଜିଟିଭ ମାମଲା ସାମ୍ନାକୁ ଆସିନାହିଁ। ନିଶ୍ଚିତ ଭାବରେ ଏହା ଦେଶ ପାଇଁ ଖୁସି ଖବର।

Leave A Reply

Your email address will not be published.