Below header

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଘୋଷଣା, ଏବେ ସାରା ଦେଶରେ ଆସିବ ଗୋଟିଏ ପ୍ରକାର ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ : କିଛି ରାଜ୍ୟରେ ଲକ୍‌ଡାଉନ୍‌ ଜୋର୍‌ଦାର୍‌ ପାଳନ ହେଉଥିବା ବେଳେ କିଛି ରାଜ୍ୟ ଲକ୍‌ଡାଉନ୍‌କୁ କୋହଳ କରିଦିଆଯାଇଛି । ତେଣୁ ସାରା ଦେଶରେ ଏକକ ଲକ୍‌ଡାଉନ୍‌ ବ୍ୟବସ୍ଥା ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ନୂତନ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ ଆଣିବାକୁ ଯାଉଛନ୍ତି । ଏହାଦ୍ୱାରା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଗୋଟିଏ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ ପାଳନ କରିବେ ।

 

ପଞ୍ଜାବ, ହରିୟାନା ଓ ବିହାର ଭଳି କେତକ ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଓ ପୁଣି କେଉଁଠି ନାଇଟ୍‌ କର୍ଫ୍ୟୁ ଭଳି ଲକ୍‌ଡାଉନ୍‌ ଜାରି ରହିଛି । ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣରେ ବାଧା ଉପୁଜୁଛି । ଏଥିସହିତ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ବାଧା ଉପୁଜୁଛି । ଶନିବାର କେନ୍ଦ୍ର ସରକାର, ଅତ୍ୟାବଶ୍ୟକୀୟ ପଦାର୍ଥ ଓ ସେବା ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ।

home-0

କେତକ ରାଜ୍ୟରେ ଲୋକାଲ୍‌ ଲକ୍‌ଡାଉନ୍‌ ଯୋଗୁ ଅତ୍ୟାବଶ୍ୟକୀୟ ସେବା ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ହୋଇଥିଲା । କରୋନା କାଳରେ ଦେଶର ସ୍ୱାସ୍ଥ୍ୟ ସହ ଅର୍ଥନୀତି ଯେପରି ବାଧାପ୍ରାପ୍ତ ନହୁଏ ଉଭୟକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ସୁବ୍ୟସ୍ଥିତ କରାଯିବ ।

ଏଥିପାଇଁ କେନ୍ଦ୍ର ସରକାର ଏହି ଏକକ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ ଆଣିବା ପାଇଁ ଚିନ୍ତା କରୁଛନ୍ତି । ଯାହାକି ଦେଶରେ ଅତିଶୀଘ୍ର କାମ କରିବ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.