ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୁରୀ: ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରଥଯାତ୍ରା ହେବା ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ନିଷ୍ପତ୍ତି ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପୁରୀ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ପରାମର୍ଶ ନିଆଯାଉ । ଏହାସହ ମୁକ୍ତିମଣ୍ଡପ ପଣ୍ଡିତ, ଦଇତାପତି ଓ ସେବାୟତଙ୍କ ପରାମର୍ଶ ନିଆଯାଉ ବୋଲି ସେ ଚିଠି ଲେଖିଛନ୍ତି । ରଥଯାତ୍ରା ସମୟରେ ଅଳ୍ପ ସଂଖ୍ୟକ ଭକ୍ତ ଓ ସେବାୟତଙ୍କୁ ସାମିଲ କରାଯାଉ । ସାମାଜିକ ଦୂରତ୍ୱ ବଜାୟ ରଖି ରଥଯାତ୍ରା କରାଯାଉ । ଶହଶହ ବର୍ଷର ପରମ୍ପରା ଭଙ୍ଗାନଯାଉ ବୋଲି ସେ କହିଛନ୍ତି । ଜୁନ ୨୩ରେ ହେଉଛି ରଥଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.