Below header

କରୋନା ଅପ୍‌ଡେଟ୍‌ : ଦେଶ ବିଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଖବର ପଢନ୍ତୁ ସଂକ୍ଷେପରେ

୧-ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କରୋନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ । ସୁସ୍ଥତା ପାଇଁ ମେଡିକାଲ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଜଣାଇଲେ ।

୨-କରୋନା ପାଇଁ ବର୍ତ୍ତମାନ ୪୦ରୁ ଅଧିକ ଭ୍ୟାକସିନ୍‌ ପରୀକ୍ଷଣ ଚାଲିଛି । ତେବେ ଏଯାଏ କେହି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ପାରି ନାହାନ୍ତି ।

୩-କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ୱାନ୍‌ଙ୍କ ସୂଚନା, ଆମ ପାଖରେ ଆସନ୍ତା ୯ ମାସ ପାଇଁ ଖାଦ୍ୟ ଶସ୍ୟ ମହଜୁଦ ରହିଛି ।

୪-ଦେଶରେ ୨୦ ଲକ୍ଷ ‘ସୁରକ୍ଷା’ ଷ୍ଟୋର୍‌ କରିବେ କେନ୍ଦ୍ର ସରକାର । ଏହି ଷ୍ଟୋର୍‌ରେ ଅତି ସ୍ୱଚ୍ଛତାର ସହ ନତି ଦିନିଆ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରାଯିବ । ଲୋକଙ୍କ ଘର ପାଖରେ ଥିବା ରେସନ୍‌ ଦୋକାନଗୁଡ଼ିକୁ ‘ସୁରକ୍ଷା’ ଷ୍ଟୋର୍‌ରେ ପରିଣତ କରାଯିବ । ତେବେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତା ଆଦି ଉପରେ ଦୋକାନୀଙ୍କୁ ତାଲିକ ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

୫- ଆସନ୍ତାକାଲି ଠାରୁ ଅହମଦାବାଦରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ବାହାରକୁ ବାହାରିଲେ ମୁହଁରେ ମାସ୍କ ରହିବ । ନଚେତ ୫ ହଜାର ଟଙ୍କା ଜରିମାନା କିମ୍ବା ୩ ବର୍ଷ ଜେଲ୍‌ ଦଣ୍ଡ ଭୋଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.