Below header

ଜନ୍ମ ଦେଇଥିବା ମା’ କ’ଣ ପାଇଁ ହତ୍ୟା କଲା ନିଜର ୫ ସନ୍ତାନଙ୍କୁ, ଜାଣନ୍ତୁ ଏହା ପଛରେ କ’ଣ ଥିଲା କାହାଣୀ

ଭଦୋହୀ ଜିଲ୍ଲାରେ ଘଟିଯାଇଥିବା ଏପରି ଏକ ଲୋମ ହର୍ଷଣକାରୀ ଘଟଣା ଯାହାକୁ କେହି କଳ୍ପନା ବି କରିପାରିବେ ନାହିଁ । ଜନ୍ମ ଦେଇଥିବା ମା’ ନିଜର ୫ ସନ୍ତାନଙ୍କୁ ହତ୍ୟା କରି ମା’ ପରି ଅମୃତ ଶବ୍ଦରେ ଲଗାଇଛି କଳଙ୍କର ଟିକା ।

ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାରେ । ଯେଉଁଠି ମା’ ତା’ର ୫ ଶିଶୁଙ୍କ ସହ ଗଙ୍ଗାକୁ ଡେଇଁଥିଲା । ୫ ଜଣ ଶିଶୁ ବୁଡ଼ି ଯାଇଥିବା ବେଳେ ମା’ ପହଁରି ପହଁରି କୂଳକୁ ଚାଲି ଆସିଥିଲା ।

ଗୋପୀଗଞ୍ଜ ଥାନା ଅନ୍ତର୍ଗତ ଜହାଙ୍ଗୀରବାଦ ଗାଁର ମୃଦୁଳୁ ଯାଦବଙ୍କ ପତ୍ନୀ ମଞ୍ଜୁ ଯାଦବ(୩୬)  ଶନିବାର ବିଳମ୍ବିତ ରାତିରେ ଶିବ ଶଙ୍କର(୬), କେଶବ ପ୍ରସାଦ(୩), ଆରତୀ(୧୧), ସରସ୍ୱତୀ(୭) ଓ ମାତେଶ୍ୱରୀ(୫)ଙ୍କୁ ନେଇ ଜହାଙ୍ଗୀରବାଦ ଘାଟରେ ପହଞ୍ଚିଥିଲେ ।

ଏହି ମହିଳା ଜଣକ ରବିବାର ସକାଳେ ଆତ୍ମହତ୍ୟା କରିବାକୁ ୫ ଶିଶୁଙ୍କ ସହ ଗଙ୍ଗା ନଦୀକୁ ଡେଇଁଥିଲେ । ତେବେ ମହିଳା ଜଣକ ପହଁରି ପହଁରି କୂଳକୁ ଚାଲିଆସିଥିବା ବେଳେ ୫ ଜଣ ଯାକ ଶିଶୁ ନଦୀରେ ବୁଡ଼ି ଯାଇଥବା ଜଣାଯାଇଛି ।

ମଞ୍ଜୁଙ୍କ ସ୍ୱାମୀ ମୃଦୁଳ କୈାଣସି ବନ୍ଧୁଙ୍କୁ ନେଇ ଝାଡ଼ଖଣ୍ଡ ଯାଇଥିଲେ । ଖବର ପାଇବା ପରେ ଆସି ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଦୁର୍ଘଟଣାର ରହସ୍ୟ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.