Below header

ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ, ୧୫୦୦ ରୁ ଟିକା ନେଲେ ମାତ୍ର ୧୪ ଜଣ

ଊତ୍ତର ପ୍ରଦେଶ : କରୋନା ଟିକାକୁ ନେଇ ଏବେ ବି ଲୋକଙ୍କ ମନରୁ ଯାଇନି ଭୟ । ସରକର ଯେତେ ବିଜ୍ଞାପନ କଲେ ବି ଅଧିକାଂଶ ସ୍ଥାନରେ ଲୋକେ ଟିକା ନେବାକୁ ଆଗେଇ ଆସୁନାହାଁନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଟିକା ଭୟରେ ଲୋକେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖି ଲୁଚୁଛନ୍ତି । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲା ସିସୋଡା ଗ୍ରାମରେ । ଗ୍ରାମକୁ ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଗ୍ରାମର ଲୋକେ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ।

ଲୋକଙ୍କ ହଠାତ୍‌ ଏପରି କରିବା ଦେଖି ସ୍ୱାସ୍ଥ୍ୟ କର୍ମୀ ଡରି ଯାଇଥିଲେ । ବହୁ ବୁଝାସୁଝା ପରେ ସେମାନେ ନଦୀରୁ ବାହାରିଥିଲେ । ହେଲେ ଗ୍ରାମର ପ୍ରାୟ ୧୫୦୦ ଅଧିବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣଙ୍କୁ ଟିକା ଦେବାରେ ସ୍ୱାସ୍ଥ୍ୟ କର୍ମୀ ସଫଳ ହୋଇଥିଲେ ।
ସ୍ୱାସ୍ଥ୍ୟ କର୍ମୀ ଓ ନୋଡାଲ ଅଫିସର ଦୀର୍ଘ ସମୟ ଧରି ଗ୍ରାମବାସୀଙ୍କ ସହ ଆଲୋଚନା କରି ଟିକାର ଉପକାରୀତା ସମ୍ପର୍କରେ ବୁଝାଇବା ପରେ ମାତ୍ର ୧୪ ଜଣ ଲୋକ ଟିକା ନେବାକୁ ରାଜି ହୋଇଥିଲେ ।

ଦେଶରେ ଅଧିକାଂଶ କ୍ଷେତ୍ରରେ ଟିକାକୁ ନେଇ ଲୋକଙ୍କ ମନରେ ଭୟ ରହିଥିବା ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ସୋସିଆଲ୍‌ ମିଡିଆରେ ବିଭିନ୍ନ ମିଛ ଖବର ପ୍ରସାରଣ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.