କରୋନା ସମୟରେ ଜାଣନ୍ତୁ ପନିର ଖାଇବାର ବିଶେଷ ଫାଇଦା

କରୋନା ସଂକ୍ରମଣରେ ଏବେ ସମସ୍ତଙ୍କ ଜୀବନ ଅସ୍ତବ୍ୟସ୍ତ । କରୋନା ଏବେ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ଦିନକୁ ଦିନ ଏହାର ବୃଦ୍ଧିହାର ବଢ଼ୁଛି । ତେବେ ଏହି ସମୟରେ ସମସ୍ତେ ନିଜ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିବା ଆବଶ୍ୟକ । ଏଥିପାଇଁ ପ୍ରୋଟିନର ଭୂମିକା ମଧ୍ୟ ଗୁରୁତ୍ୱପୂଣ୍ଣ ରହିଛି । ପନିର ଆପଣଙ୍କୁ ତତ୍କାଳ ଆବଶ୍ୟକତା ପୂରଣ କରିପାରିବ । ପୃଷ୍ଟିକର ସହ ସ୍ୱାଦରେ ଏହା ହୋଇଥାଏ ସବୁଠୁ ବେଷ୍ଟ ।

ରିସର୍ଚ୍ଚ ଅନୁଯାୟୀ, ଏବେ କରୋନା ସଂକ୍ରମଣ ବାୟୂରେ ମଧ୍ୟ ବ୍ୟାପୁଛି । ତେଣୁ ଏଥିପାଇଁ କୋଭିଡ ଗାଇଡଲାଇନ ପାଳନ କରିବା ଉଚିତ । ଏହି ସମୟରେ ନିଜ ଖାଦ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ପନିର ଖାଇବା ଦ୍ୱାରା କେଉଁ ଫାଇଦା ମିଳିବ:-

– ଏହା ମେଟାବୋଲିଜିମକୁ ନିୟନ୍ତ୍ରଣରେ ରଖିଥାଏ । ଶରୀରରେ ପାଚନ ଶକ୍ତିକୁ ମଜବୁତ ରଖିବାରେ ଏହା ବଡ ଦାୟିତ୍ୱ ନିର୍ବାହ କରିଥାଏ ।

– କ୍ୟାନସର ରୋଗରୁ ଏହା ରକ୍ଷା କରିଥାଏ । ପେଟର କ୍ୟାନସର ସହ କୋଲୋନ କ୍ୟାନସର ଏବଂ ବ୍ରେଷ୍ଟ କ୍ୟାନସରରୁ ମୁକ୍ତି ପାଇଁ ଏହା ଖୁବ ଲାଭଦାୟକ ହୋଇଥାଏ ।

– ମଧୁମେହ ରୋଗୀଙ୍କ ପାଇଁ ପନିର ସବୁଠୁ ବେଷ୍ଟ ହୋଇଥାଏ । ଏଥିରେ ଓମେଗା ୩ ଭରପୂର ମାତ୍ରାରେ ରହିଥାଏ ।

– ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଗର୍ଭବତୀ ମହିଳାଙ୍କର କ୍ୟାଲସିୟମ ଅଭାବକୁ ଦୂର କରିଥାଏ ।

– ଦାନ୍ତ ମାଢ଼ି ସହ ହାଡ଼କୁ ମଜବୁତ କରିବା ପାଇଁ ପନିର ସାହାଯ୍ୟ କରିଥାଏ । ଏଥିରେ କ୍ୟାଲସିୟମ ସହ ଫସଫରସ ମଧ୍ୟ ରହିଥାଏ । ଏହାଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.