Viral Video: କୁକୁର ନିଜେ ସଜାଡ଼ିଲା ନିଜ ବିଛଣା, ବନ୍ଦ କଲା ଲାଇଟ ଏବଂ ମସ୍ତିରେ ଶୋଇଗଲା

କରୋନା ମହାମାରୀ ଭିତରେ ଏମିତି ବି କିଛି ଭିଡ଼ିଓ ଭାଇରଲ ହୋଇଥାଏ, ଯାହାକୁ ଦେଖିଲେ ମନ ଖୁସି ହୋଇଯାଏ। ଏବେ ଟ୍ୱିଟରରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିବାକୁ ଆପଣ ବାରମ୍ବାର ଇଛା କରିବେ। ଭିଡିଓରେ ଏକ ଛୋଟ କୁକୁରକୁ ଦେଖିବାକୁ ମିଳୁଛି।

କୁକୁରଟି ନିଜ ବିଛଣା ନିଜେ ସଜାଡୁଛି ଏବଂ ଏହାପରେ ପାଖରେ ରଖାଯାଇଥିବା ଟେବୁଲ ଫ୍ୟାନ ଚଲାଉଛି। ଭଲ ନିଦ ହେବା ପାଇଁ ମଧ୍ୟ କୁକୁରଟି ଲାଇଟ ଅଫ କରି ଦେଉଛି ଏବଂ ପୁଣି ବିଛଣା ଉପରେ ଆସି ଶୋଇଯାଉଛି।

୨୫ ସେକେଣ୍ଡର ଏହି ଭିଡ଼ିଓକୁ ଲୋକେ ବହୁତ ପସନ୍ଦ କରିଛନ୍ତି। ଡଗିର ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ ୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଟ୍ୱିଟରରେ ଏହି ଭିଡ଼ିଓକୁ ସ୍ୱିଟି ନାମ୍ନୀ ୟୁଜର ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.