ବାଆ ନିରବିଲେ ବତାସ ଆସେ…, ବାଗଚୀ ଆଜିର ସାମ୍ବାଦିକ ସମ୍ମିଳନୀରେ ଏମିତି କାହିଁକି କହିଲେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : କୋଭିଡ୍‌-୧୯ ଏକ ନୂଆ ପ୍ରକାରର ଭୂତାଣୁ । ଯିଏ ନିଜର ରୂପ ଓ ଚିରିତ୍ରକୁ ବଦଳାଇ ଦେଇଛି । ବିଭିନ୍ନ ବସ୍ତୁରେ ଏହି ଭାଇରସ୍‌ ଲାଗି କରି ରହିଥାଏ ଓ ସେଥିରେ ହାତ ଲାଗିଲେ ଏହା ହାତକୁ ଆସେ । ଯଦି ଆମେ ହାତ ସାବୁନରେ ସଫା ନକରି ଆମ ମୁହଁ ପାଖକୁ ନଲେ ତେବେ ଏହା ଆମକୁ ସଂକ୍ରମିତ କରିଥାଏ ।
ସେହିପରି ରୋଗୀର କାଶ ଓ ଛିଙ୍କରୁ ସଂକ୍ରମଣ ହୁଏ । ତେଣୁ ଏହା ଅତି ମାରାତ୍ମକ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କୋଭିଡ୍‌-୧୯କୁ ଯଦି ଆମେ ବ୍ୟାଖ୍ୟା କରିବା ତେବେ ଏହାର ନାମ ହେବ ‘ସନ୍ତର୍ପଣରୁ ବିସ୍ଫୋରଣର କାହାଣୀ’ ।
ତେବେ ଏହି ପରିପ୍ରେକ୍ଷୀରେ ସେ ଏକ ଢଗ କହିଛନ୍ତି ଯେ ବାଆ ନିରବିଲେ ବତାସ ଆସେ…। ଏହାର ଅର୍ଥ ମଧ୍ୟ ସେ ବୁଝାଇ ଦେଇଛନ୍ତି ଯେ କିଛି ଦିନ ପାଇଁ ରାଜ୍ୟରେ କୌଣସି ଆକ୍ରାନ୍ତ ବାହାରି ନଥିଲେ । ତାହା ଝଡ଼ ପୂର୍ବର ନିରବତା ଥିଲା । ଆଉ ତା ପରେ ପୁଣି ପଜେଟିଭ୍‌ ସଂଖ୍ୟା ବଢ଼ି ଚାଲିଛି । ତେଣୁ ଏହାକୁ ନେଇ ଡରିବା ଦରକାର ନାହିଁ କିନ୍ତୁ ସାବଧାନ ରହିବାକୁ ପଡ଼ିବ । କୌଣସିଥିରେ ହେଳା କରିବା ନାହିଁ ।

ଓଡ଼ିଶାରେ ଗତକାଲି ସୁଦ୍ଧା ୨୯୧୦୮ ପରୀକ୍ଷା କରାଯାଇଛି, ଏଥିରୁ ୧୨୨ ଜଣ ସଂକ୍ରମିତ ହୋଇଥିବା ବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି । ୮୩ ଜଣ ଚିକିତ୍ସାରେ ଅଛନ୍ତି ବୋଲି ବାଗଚୀ ସୂଚନା ଦେଇଛନ୍ତି । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ବହୁତ ଭଲ । ଆମେ ୧୦୦ରେ ପହଞ୍ଚିବାକୁ ୪୧ ଦିନ ଲାଗିଥିଲା । ତେଣୁ ଆଗକୁ ଆମକୁ ଆହୁରି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଦେଖନ୍ତୁ ପୂରା ପ୍ରେସ୍‌ମିଟ୍‌ର ଭିଡିଓ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.