ଖୋର୍ଦ୍ଧା ଜିଲ୍ଲା ପାଇଁ ଚିନ୍ତା ବଢାଇଲେ ପଶ୍ଚିମବଙ୍ଗ ଫେରନ୍ତା, ୨୫୦ରୁ ଉର୍ଦ୍ଧ୍ଵ ଲୋକ ପଶ୍ଚିମବଙ୍ଗରୁ ଫେରିଛନ୍ତି

ଟାଙ୍ଗୀ(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲାକୁ କିଛି ସପ୍ତାହ ଭିତରେ ୨୫୦ ରୁ ଉର୍ଦ୍ଧ୍ଵ ଲୋକ ପଶ୍ଚିମବଙ୍ଗରୁ ଆସିଛନ୍ତି । BSNL ନମ୍ବର ଟ୍ରାକିଂରୁ ଜଣାପଡିଛି ଏହି ତଥ୍ୟ । ଏହା ପରେ ଖୋରଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ N.R.H.M, ନିର୍ଦ୍ଦେଶକ । ସେହି ଚିଠିରେ ସ୍ପଷ୍ଟ ଲେଖିଥିଲେ ଯେ ଯଥା ଶୀଘ୍ର ସମସ୍ତଙ୍କୁ ଟ୍ରାକିଂ କରି ସମସ୍ତଙ୍କ ସ୍ୱାବ ଟେଷ୍ଟ ସହ home quarantine ରେ ରଖାଯାଉ । ଚିଠି ପାଇବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଚିଠିର ନିର୍ଦ୍ଦେଶ ଅନୁସାରେ ସମସ୍ତଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କର ସ୍ୱାବ ଟେଷ୍ଟ କରାଇବା ସହ home quarantine ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାର ଖୋର୍ଦ୍ଧା ଉପଜିଲ୍ଲାପାଳ ସାନ୍ତୁନୁ ମହାନ୍ତି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ ଫେରାନ୍ତଙ୍କ ମଧ୍ୟରେ ବାଣପୁର ବ୍ଲକର ୨ଜଣ, ଚିଲିକା ବ୍ଲକ୍ ର ୧୧ ଜଣ, ଟାଙ୍ଗୀ ବ୍ଲକ୍ ରୁ ୬ଜଣ ଏହା ସହିତ ଜଟଣୀ,ଖୋର୍ଦ୍ଧା, ବୋଲଗଡ଼, ବେଗୁନିଆ, ବାଲିଅନ୍ତା ବ୍ଲକ୍ ଓ ଭୁବନେଶ୍ୱରର ମିଶିମୋଟ୨୫୦ରୁ ଉର୍ଦ୍ଧ ଲୋକ ଅଛନ୍ତି । ୫ଜଣ ଭାରତୀୟ ନୌସେନା ତାଲିମ ଶିବିର , ଚିଲିକାକୁ ଆସିଥିବା ମୋବାଇଲ ଟ୍ରାକରୁ ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.