Below header

ଛୁଆକୁ କାଖରେ ଧରି ରାସ୍ତାରେ ଡ୍ୟୁଟି କରୁଛନ୍ତି ଏହି ମହିଳା ସବ ଇନ୍ସପେକ୍ଟର, କହିଲେ, ‘ଏଥିରେ ମୁଁ ଖୁସି ଅଛି’

ଉତ୍ତର ପ୍ରଦେଶରେ ଲକଡାଉନ ନିୟମକୁ କଡାକଡି ପାଳନ କରୁଛି ପୋଲିସ। ରାଜଧାନୀ ଲଖନଉରେ ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ଏହି ସମୟରେ ପୋଲିସ କର୍ମୀଙ୍କ ବ୍ୟକ୍ତିଗତ ସଂଘର୍ଷ ମଧ୍ୟ ସାମ୍ନାକୁ ଆସିଛି। ବ୍ୟକ୍ତିଗତ ଚ୍ୟାଲେଞ୍ଜ ସହିତ ଅନେକ ପୋଲିସ କର୍ମୀ ନିଜ ଡ୍ୟୁଟିକୁ ଆନ୍ତରିକ ଭାବେ ତୁଲାଉଛନ୍ତି।

ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ସବ ଇନ୍ସପେକ୍ଟର ନିଦା ଅର୍ଶୀ। ମଙ୍ଗଳବାର ସେ ନିଜ ଛୁଆକୁ କାଖରେ ଧରି ଡ୍ୟୁଟି କରୁଥିବାର ନଜର ଆସିଥିଲେ। ଏ ନେଇ ପଚାରିବାରୁ ନିଦା କହିଥିଲେ, ‘ତାଙ୍କ ଛୁଆର ଦେଖାଶୁଣା ଘରେ ତାଙ୍କର ଦାଦୀ କରୁଥିଲେ, କିନ୍ତୁ ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। କିଛି ଉପାୟ ନ ଆସିବାରୁ ଛୁଆକୁ ସାଙ୍ଗରେ ନେଇଆସିଲି’। ସେ ଆହୁରି କହିଥିଲେ ଯେ ‘ଏହା ଏକ ଚ୍ୟାଲେଞ୍ଜର କଥା, କିନ୍ତୁ ଏଥିରେ ମୁଁ ଖୁସି ଅଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.