Below header

କରୋନାକୁ ହରାଇଥିବା ମହିଳା ସେୟାର କଲେ ନିଜର ଭୟଙ୍କର ଅନୁଭୂତି, କହିଲେ ଏପରି ଲାଗୁଥିଲା ଯେପରି କାଚଖଣ୍ଡ ଗିଳିଦେଇଛି

ସାରା ଦୁନିଆରେ କରୋନା ଭାଇରସ ସଂକ୍ରମଣର ମାମଲା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଚୀନ ପରେ କରୋନା ଇଟାଲୀ ଏବଂ ଇରାନରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହା ମଧ୍ୟରେ ବ୍ରିଟେନର ଜଣେ ଫଟୋଗ୍ରାଫର ମୈଣ୍ଡି ଚାର୍ଲଟନ କରୋନା ସହ ଜଡିତ ନିଜର ଭୟଙ୍କର ଅନୁଭୂତିକୁ ଲୋକମାନଙ୍କ ସହ ସେୟାର କରିଛନ୍ତି ।

ସୂଚନା ଅନୁଯାୟୀ ୪୬ ବର୍ଷୀୟ ମୈଣ୍ଡି ଚାର୍ଲଟନ ନିଜର ସେହି ଭୟଙ୍କର ଅନୁଭୂତି ବର୍ଣ୍ଣନା କରିବା ବେଳେ କହିଥିଲେ ଯେ କରୋନାରେ ସଂକ୍ରମଣ ହେବାପରେ ପ୍ରଥମେ ବହୁତ ଜ୍ଵର ଆସୁଥିଲା କିନ୍ତୁ ଯେତେବେଳେ ମୁଁ ହସ୍ପିଟାଲରେ ଭର୍ତ୍ତିହେଲି ସେତେବେଳେ ଏପରି ଲାଗୁଥିଲା ଯେମିତି ମୁଁ ଜଳୁଥିବା ଅଗ୍ନିକୁ ଡେଇଁ ପଡିଛି । ଏପରି ଲାଗୁଥିଲା ଯେପରି ମୁଁ କାଚଖଣ୍ଡ ଗୁଡିକ ଗିଳି ପକାଇଛି ।

ତେବେ ବର୍ତ୍ତମାନ ମୈଣ୍ଡି ଘରେ ଆଇସୋଲେସନରେ ରହିଛନ୍ତି । ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କ ସ୍ଥିତିରେ ସୁଧାର ଆସିଛି । ଏହାସହିତ ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାରାସିଟାମଲ ନେଉଛନ୍ତି । ତେବେ ସୋସିଆଲ ମିଡିଆରେ ସେୟାର କରିଥିବା ତାଙ୍କ ଫଟୋ ଦେଖି ଅନୁମାନ କରାଯାଇ ପରେ ଯେ ସେ କେଉଁଭଳି ପରିସ୍ଥିତିରେ ରହିଥିଲେ ।

ସୂଚନା ଅନୁଯାୟୀ ବ୍ରିଟେନରେ ପ୍ରାଥମିକତା ଆଧାରରେ କରୋନା ସଂକ୍ରମିତ ଲୋକଙ୍କ ଯାଞ୍ଚ କରାଯାଉଛି । ଏହି ଭାଇରସ ସଂକ୍ରମଣ ହେଉଥିବା କାରଣରୁ ବଜାରରେ ଭିଡ଼ ବହୁତ କମିଯାଇଛି । ତେବେ ଏପର୍ଯ୍ୟନ୍ତ କରୋନା ପାଇଁ କୌଣସି ଟୀକା ବାହାର କରାଯାଇ ନାହିଁ ସେଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଚିକିତ୍ସା କେବଳ ଲକ୍ଷଣ ଆଧାରରେ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.