Below header

ବୃତ୍ତି ଛାଡ଼ି ସନ୍ତ୍ରାସବାଦୀ କାର୍ଯ୍ୟରେ ଲିପ୍ତଥିବା ଡାକ୍ତର ଏଫ୍‌ବିଆଇ ହାତରେ ହେଲେ ଗିରଫ, ସିରିଆ ଯିବାକୁ ଚାହୁଁଥିଲେ

ଜଣେ ପାକିସ୍ତାନ୍‌ ଡାକ୍ତର ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଏଫ୍‌ବିଆଇ ହାତରେ ଗରଫ ହୋଇଥିବା ଜଣାଯାଇଛି । ଉକ୍ତ ଡାକ୍ତର ଇସଲାମ୍‌କି ଷ୍ଟେଟ୍‌ ଗ୍ରୁପ୍‌ ସହ ମିଶି ଆମେରିକା ଉପରେ ଆକ୍ରମଣ କରିବାର ଯୋଜନା କରୁଥିବା ଏଫ୍‌ବିଆଇ ନିକଟରେ ପ୍ରକାଶ କରିଛି ।

ମହମ୍ମଦ ମାସୁଦ(୨୮) ନାମକ ଉକ୍ତ ଡାକ୍ତରକୁ ସେଣ୍ଟ ପଲ୍‌ ଆନ୍ତର୍ଜତୀୟ ବିମାନ ବନ୍ଦରରେ ଏଫ୍‌ବିଆଇ ଏଜେଣ୍ଟମାନେ ଗିରଫ କରିଛନ୍ତି । ଊକ୍ତ ଡାକ୍ତର ବିଦେଶୀ ସନ୍ତ୍ରାସବାଦୀ ସଂଗଠନକୁ ଖବର ଓ ବିଭିନ୍ନ କାଗଜାତ ପଠାଉଥିବା ଏଫ୍‌ବିଆଇ ପ୍ରକାଶ କରିଛି ।

ମହମ୍ମଦ ଆମେରିକାରେ କାର୍ଯ୍ୟ ଭିସା ବଳରେ ରହିଆସୁଥିଲେ । ସେ ନଜକୁ ଏଫ୍‌ବିଆଇର ବେତନପ୍ରାପ୍ତ ଖବରଦାତା କହୁଥିଲେ ମଧ୍ୟ ବାସ୍ତବରେ ସେ ଇସ୍‌ଲାମ୍‌କି ସଂଗଠନକୁ ସହାୟତା କରୁଥିଲେ ବୋଲି ଏଫ୍‌ବିଆଇ ପ୍ରକାଶ କରିଛି ।

ଉକ୍ତ ଡାକ୍ତର ଜାନୁଆରୀ ୨୪ ତାରିଖରେ ତାର କିଛି ଯୋଜନା ସମ୍ପର୍କରେ ସନ୍ତ୍ରାସବାଦୀ ସଂଗଠନକୁ ଜଣାଇଥିଲା । ସେ ପାକିସ୍ତାନ ଭିସା ଧାରି ଜଣେ ଡାକ୍ତର ହୋଇଥିବାରୁ ସେ ସିରିଆ, ଇରାକ, ଇରାନ ଓ ଆଫ୍‌ଗାନୀସ୍ଥାନକୁ ଯାଇ ଅସୁବିଧାରେ ଥିବା ଭାଇମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ସନ୍ତ୍ରାସବାଦୀ ସଂଗଠନକୁ ଜଣାଇଥିଲା ।

ଏହି ଖବର ଏଫ୍‌ବିଆଇକୁ ମିଳିବା ପରେ ସେମାନେ ମାସୁଦ୍‌ ଉପରେ ନଜର ରଖିଥିଲେ । ସେଣ୍ଟ ପଲ୍‌ ଅନ୍ତର୍ଜତୀୟ ବିମାନ ବନ୍ଦରରେ ଏଫ୍‌ବିଆଇ ଏଜେଣ୍ଟମାନେ ମାସୁଦ୍‌କୁ ଗିରଫ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.