ରାଜଧାନୀରେ ପୁଣି କରୋନା ଆତଙ୍କ: ୨୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ XIMBକୁ ସିଲ୍ କଲା BMC

ଭୁବନେଶ୍ବର: ରାଜଧାନୀରେ ପୁଣି କରୋନା ଆତଙ୍କ। XIMBର ୨୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ। ପଜିଟିଭ୍‌ ଚିହ୍ନଟ ପରେ XIMBକୁ ସିଲ୍‌ କରିଛି ବିଏମ୍‌ସି। XIMBକୁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଛି।

ସମସ୍ତ କର୍ମଚାରୀ ଛାତ୍ରଙ୍କୁ କୋଭିଡ୍‌ ପରୀକ୍ଷା କରାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସମସ୍ତଙ୍କୁ ଆଇସୋଲେସନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ, ଅନ୍ୟ ଜରୁରୀ ସାମଗ୍ରୀ ସେମାନଙ୍କ ନିକଟରେ ପହଞ୍ଚାଇବାକୁ କର୍ତ୍ତୁପକ୍ଷଙ୍କୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.