ଆରମ୍ଭ ହେବ ମା ହିଙ୍ଗୁଳାଙ୍କ ନବ ଦିନାତ୍ମକ ଯାତ୍ରା, ଜନ୍ତାଳ ପୂଜା ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ଼

ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ଜନ୍ତାଳ ପୂଜା ସମ୍ପର୍ଣ୍ଣ ହୋଇଛି । ବାର୍ଷିକ ଯାତ୍ରା ଉତ୍ସବର ୭ ଦିନ ପୂର୍ବରୁ ଆବାହନୀ ପୂଜା ବା ଜନ୍ତାଳ ପୂଜା ଭାବେ ପ୍ରସିଦ୍ଧ । ଏହି ପୂଜାର ସମସ୍ତ ରୀତି ନୀତି ସମ୍ପର୍ଣ୍ଣ ହୋଇଛି ।

ମା’ ବୋଲି ଡାକିଦେଲେ ଶୁଣିଥାନ୍ତି ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା । ସେଠିକାର ଲୋକେ ମା’ଙ୍କ ଉପରେ ଅତୁଟ ବିଶ୍ୱାସ କରନ୍ତି । ଏବେ ସେଠାରେ ମା’ ହିଙ୍ଗୁଳାଙ୍କର ପୂଜା ଚାଲିଛି । ତେବେ ସମସ୍ତ ରୀତିନୀତି ଅନୁଯାୟୀ ସଂମ୍ପର୍ଣ୍ଣ ହେଲା ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆବାହନି ପୂଜା । ପତିଆରଙ୍କ ଠାରେ ମା କାଳିସୀ ରୂପରେ ଆସି ନିର୍ଘଣ୍ଟ କରିବେ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ଉଭାସ୍ଥଳ । ମାଙ୍କ ଏହି ଜନ୍ତାଳ ପୂଜା ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗିଛି ।

ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ଜନ୍ତାଳ ପୂଜା ସମ୍ପର୍ଣ୍ଣ ହୋଇଛି । ବାର୍ଷିକ ଯାତ୍ରା ଉତ୍ସବର ୭ ଦିନ ପୂର୍ବରୁ ଆବାହନୀ ପୂଜା ବା ଜନ୍ତାଳ ପୂଜା ଭାବେ ପ୍ରସିଦ୍ଧ । ଏହି ପୂଜାର ସମସ୍ତ ରୀତି ନୀତି ସମ୍ପର୍ଣ୍ଣ ହୋଇଛି । ମା ହିଙ୍ଗୁଳାଙ୍କ ପାର୍ଶ୍ଵ ଦେବୀ ଭାବେ ପ୍ରସିଦ୍ଧ କୁଟେଇ ଶୁଣୀଙ୍କ ପୀଠରେ ଏହି ପୂଜା କରାଯାଇଥିଲା । ବିଧି ପୂର୍ବକ ଦିଅଁ ଘରୁ ଆଲମ ଅଣାଯାଇ ପତିଆରଙ୍କୁ ଡକାଯାଇ ପୂଜା କରାଯାଇଥିଲା । ଏଠାରେ ମା କାଳିସୀ ରୂପେ ବିଜେ ହୋଇ ଉଭା ସ୍ଥାନ ଚିହ୍ନଟ କରିବାର ପରମ୍ପରା ରହିଛି । ଏଥିପାଇଁ ପତିଆରଙ୍କୁ ଦେହୁରି ମାନେ ଘିଅ , ମୋହୁ , ଗୁଡ , ଝୁଣା ଓ ଧୂପ ଆଦି ଦେଇ ମାଜଣା କରିଥାନ୍ତି । ପରେ ପତିଆରଙ୍କ ଦେହରେ ମା କାଳିସୀ ଆସିବା ପରେ ମନ୍ଦିରର ମୁଖ୍ୟ ପୂଜକ ଉଭାସ୍ଥଳୀର ଦିଗ ନିର୍ଣ୍ଣୟ ପାଇଁ ପଚାରିଥାନ୍ତି । ପରେ ଅଧଃ ରାତ୍ରିରେ ମୁଖ୍ୟ ପୂଜକ ସେହି ଦିଗରେ ଯାଇ ମା ହିଙ୍ଗୁଳାଙ୍କୁ ଅଗ୍ନି ରୂପରେ ଦର୍ଶନ କରି ସ୍ଥାପନା କରାଇଥାନ୍ତି । କହୁଯାଏ ଜନ୍ତାଳ ପୂଜା ରାତିରେ ମା ନିଜେ ଉଭା ସ୍ଥଳୀରେ ଅଗ୍ନି ରୂପରେ ପ୍ରକଟ ହୁଅନ୍ତି । ଏବେ ଚିହ୍ନଟ ହୋଇଛି ମା ହିଙ୍ଗୁଳାଙ୍କ ଉଭାସ୍ଥଳ । ତେବେ ମା ଅଗ୍ନିରୂପା ହିଙ୍ଗୁଳା ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ଅର୍ଥାତ୍ ମନ୍ଦିରର ପଶ୍ଚିମ ଦିଗରେ ଉଭା ହୋଇଥିବା ସ୍ଥାନ ଚିହ୍ନଟ ହୋଇଛି । ତେବେ ଆସନ୍ତା ୨୨ ତାରିଖ ଠାରୁ ଆରମ୍ଭ ହେବ ମା ହିଙ୍ଗୁଳାଙ୍କ ନବ ଦିନାତ୍ମକ ଯାତ୍ରା, ଯାହାକୁ ନେଇ ତାଳଚେର ଅନୁଗୋଳ ତଥା ଜିଲ୍ଲା ବାହାରର ଲୋକେ ମଧ୍ୟ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥାନ୍ତି ମା’ଙ୍କ ଏହି ଯାତ୍ରା ଦେଖିବାକୁ ।

ଆଉ କିଛି ଦିନପରେ ଅନୁଷ୍ଠିତ ହେବ ମାଙ୍କ ବାର୍ଷିକ ନବ ଦିନାତ୍ମକ ଯାତ୍ରା ଯାହାର ମୁଖ୍ୟ ପୂଜା ହେଉଛି ଏହି ଜନ୍ତାଳ ପୂଜା । ତେବେ ଏହି ଜନ୍ତାଳ ପୂଜାକୁ ଦେଖିବାକୁ ଅନେକ ଭକ୍ତ ବହୁ ଦୂରଦୂରାନ୍ତରୁ ଆସିଥିବା ବେଳେ ସେମାନଙ୍କ ମନରେ ମାକୁ ଦର୍ଶନ କରିବା ପାଇଁ ଉତ୍କଣ୍ଠା ଭରି ରହିଥିଲା । ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଏଠିକାର ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ ଏଥିପାଇଁ ଭକ୍ତ ମାନଙ୍କର ସୁଅ ଛୁଟିଛି । ସମସ୍ତ ଶ୍ରଦ୍ଧାଳୁ ମାଙ୍କୁ ପଣା ପାଣି ଦେଇ ଆବାହନ କରିଥିଲେ । ଚୈତ୍ର ମାସରେ ମାଆଙ୍କର ଏହି ଜନ୍ତାଳ ପୂଜା ଅନୁଷ୍ଠିତ ହେଉଥିବାରୁ ଏହାକୁ ଦେଖିବାକୁ ଓ ମାଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଭକ୍ତ ଏହାକୁ ଅନାଇ ବସିଥାନ୍ତି । ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାକୁ ଆଉ ସାତ ଦିନ ବାକି ରହିଥିବା ବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.