ମହାନଦୀ ଗର୍ଭରେ ଥିବା ମାଁ ଲଙ୍କେଶ୍ଵରୀଙ୍କ ଯାତ୍ରାରେ ଭକ୍ତଙ୍କ ସମାଗମ, ଦେଶୀ ଡଙ୍ଗାରେ ଚାପରେ ଆସି ସହର ପରିକ୍ରମା କଲେ କୃପାମୟୀ

ଐତିହ୍ୟ ସମ୍ପର୍ଣ୍ଣ ସଂସ୍କୃତିର ସହର ସୁବର୍ଣ୍ଣପୁର । ଏଠି ବାର ମାସରେ ଲାଗିରହିଥାଏ ତେର ପର୍ବ । ହେଲେ ଏସବୁ ଭିତରେ ସୁବର୍ଣ୍ଣପୁର ସହରରେ ଥିବା ମହାନଦୀ ଗର୍ଭରେ ଅନୁଷ୍ଠିତ ହେଉଥିବା ଲଙ୍କେଶ୍ଵରୀ ଯାତ୍ରା ଟିକିଏ ଭିନ୍ନ ଆକର୍ଷଣ ରଖେ। ମାଁ ଲଙ୍କରଶ୍ଵରୀଙ୍କ ଠାରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଥିବାରୁ ଭକ୍ତଙ୍କ ସୁଅ ଛୁଟିଥାଏ ଏଠାକୁ ।

ସୁବର୍ଣ୍ଣପୁର(କେନ୍ୟୁଜ): ଐତିହ୍ୟ ସମ୍ପର୍ଣ୍ଣ ସଂସ୍କୃତିର ସହର ସୁବର୍ଣ୍ଣପୁର । ଏଠି ବାର ମାସରେ ଲାଗିରହିଥାଏ ତେର ପର୍ବ । ହେଲେ ଏସବୁ ଭିତରେ ସୁବର୍ଣ୍ଣପୁର ସହରରେ ଥିବା ମହାନଦୀ ଗର୍ଭରେ ଅନୁଷ୍ଠିତ ହେଉଥିବା ଲଙ୍କେଶ୍ଵରୀ ଯାତ୍ରା ଟିକିଏ ଭିନ୍ନ ଆକର୍ଷଣ ରଖେ। ମାଁ ଲଙ୍କେଶ୍ଵରୀଙ୍କ ଠାରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଥିବାରୁ ଭକ୍ତଙ୍କ ସୁଅ ଛୁଟିଥାଏ ଏଠାକୁ । ପ୍ରତି ଗୋଟିଏ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇଥାଏ ଏହି ଲଙ୍କେଶ୍ଵରୀ ଯାତ୍ରା । ଚଳିତବର୍ଷ ଏହି ଯାତ୍ର ମହାନଦୀ ଗର୍ଭରେ ଥିବା ଲଙ୍କେଶ୍ଵରୀଙ୍କ ମନ୍ଦିରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ମହାନଦୀର ଅକାତ କାତ ପାଣି ମଝିରେ ଗଣ୍ଡରେ ରହିଥିବା ମାଁ ଲଙ୍କେଶ୍ଵରୀଙ୍କ ମନ୍ଦିର ସମ୍ପର୍କରେ ସମସ୍ତେ ପ୍ରାୟତଃ ଜାଣିଛନ୍ତି । ଆଜି କି କାଲିର କଥା ନୁହେଁ ରଜା ରାଜୁଡା ଅମଳରୁ ମହାନଦୀ ଗର୍ଭରେ ରହିଆସିଛି ମାଁଙ୍କ ଏହି ଭବ୍ୟ ମନ୍ଦିର । ପ୍ରଥମେ ଗଣ୍ଡରେ ଥିବା ପଥର ଚଟାଣରେ ମାଁ ଙ୍କୁ ପୂଜା କରାଯାଉଥିବାବେଳେ ପରେ ସେଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା ।

ଯେତେବେଳେ ମହାନଦୀ ବାଟଦେଇ ନୌବାଣିଜ୍ୟ ପରମ୍ପରା ଚାଲିଥିଲା ସେହି ସମୟରେ ଏହି ବାଟଦେଇ ବ୍ୟବସାୟୀମାନେ ମାଁଙ୍କୁ ମୁଣ୍ଡିଆମାରି ଯାଉଥିଲେ । ଆଉ କୁଶଳରେ ଫେରିଆସୁଥିଲେ । ସେହିଭଳି ମାଁ ଲଙ୍କେଶ୍ଵରୀଙ୍କୁ ଗୁହାରୀ କରି ଏହି ଘାଟରେ କୈବର୍ତ୍ୟମାନେ ଲୋକଙ୍କୁ ଦେଶୀ ଡଙ୍କାରେ ପାରିକରୁଥିଲେ । ମାଁଙ୍କ କରୁଣାରୁ ମହାନଦୀର ଏହି ଘାଟରେ କେବବି ଡଙ୍ଗା ବୁଡିନଥିବା ଜଣାଯାଇଛି ।

ମହାନଦୀ ଉପରେ ସେତୁ ହୋଇଯାଇଛି ଏବେ ଆଉ ମହାନଦୀରେ ଦେଶୀ ଡଙ୍ଗା ସାହାର୍ଯ୍ୟରେ ଲୋକେ ପାରି ହେଉନାହାଁନ୍ତି । ହେଲେବି ମାଁଙ୍କ ମହିମା ସେତେବେଳେ ଯେମିତି ରହିଥିଲା ଆଜିବି ସେମିତି ରହିଛି । ମହାନଦୀ ଗର୍ଭରେ ରହିଥିବା ମାଁଙ୍କ ଏହି ମନ୍ଦିରକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକମାନେ ଦର୍ଶନ ପାଇଁ ଯାଇଥାନ୍ତି ।

pic

କୈବର୍ତ୍ୟମାନଙ୍କ ଇଷ୍ଟଦେବୀ ହେଉଛନ୍ତି ମାଁ ଲଙ୍କେଶ୍ଵରୀ । କାହିଁ କେଉଁ କାଳରୁ କୈବର୍ତ୍ୟ ସମାଜ ପ୍ରତି ଗୋଟିଏ ବର୍ଷ ବ୍ୟବଧାନରେ ଥରେ ଚୈତ୍ର ମାସରେ ଏହିଠାରେ ଯାତ୍ରା ହୋଇଆସୁଛି । କୈବର୍ତ୍ୟମାନଙ୍କର ଏହି ଯାତ୍ରା ଚଳିତବର୍ଷ ପଡିଥିବାବେଳେ ବଡ ଜାକଜମକରେ ପାଳିତ ହୋଇଛି ମାଁ ଲଙ୍କେଶ୍ଵରୀଙ୍କ ଯାତ୍ରା । ସକାଳୁ ସକାଳୁ କୈବର୍ତ୍ୟମାନେ ପୂଜକ,ବରୁଆ ଏବଂ ବଜାଗଜାଧରି ଲଙ୍କେଶ୍ଵରୀ ଗଣ୍ଡକୁ ଯାଇ ମାଁଙ୍କୁ ବରଣ କରିଥିଲେ । ପରେ ପୀଠରେ ପୂଜା ପରେ ମାଁ ବରୁଆଙ୍କ ଦେହରେ ପ୍ରବେଶ ପରେ ଛତି ଛତ୍ରସହ ମାଁଙ୍କୁ ଦୁଇଟି ଦେଶୀ ଡଙ୍ଗାର ଚାପରେ ଅଣାଯାଇ ସହର ପରିକ୍ରମା କରାଯାଇଥିଲା ।

ଏହି ସମୟରେ ପ୍ରତ୍ୟକ ଘର ସାମନାରେ ମାଁଙ୍କୁ ପୂଜା କରାଯାଇଥିଲା । ପରେ ମାଁଙ୍କୁ ପୁଣି ଲଙ୍କେଶ୍ଵରୀ ଗଣ୍ଡକୁ ନେଇ ରଖାଯାଇଥିଲା । ଏହି ପୂଜା କରିବା ଦ୍ଵାରା କେବଳ କୈବର୍ତ୍ୟ ସମଜା ନୁହେଁ ବରଂ ସମାଜର ମଙ୍ଗଳ ହେଉଥିବା ବିଶ୍ଵାସ ରହିଥିବାରୁ ଏହି ଯାତ୍ରା ହୋଇଆସୁଛି । କାହିଁ କେଉଁ କାଳରୁ ମାଁ ଲଙ୍କେଶ୍ଵରୀଙ୍କ ଏହି ଯାତ୍ରା ଚାଲିଆସୁଥିବାବେଳେ ଆଜିବି ସେହି ପରମ୍ପରା ବଞ୍ଚ ରହିଛି ଆଉ ଆକୁ ଚାଲୁ ରହିବ ଏହା ସମସ୍ତଙ୍କ ବିଶ୍ୱାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.