Swiggy ବଏଙ୍କ କାରନାମା ସିସିଟିଭିରେ କଏଦ, ଡେଲିଭରି ଦେବାକୁ ଯାଇ କରିଦେଲେ ଏମିତି କାଣ୍ଡ
ଏବେ ଅନଲାଇନ୍ କିଣାକିଣିର ଜମାନା । ଲୋକେ ଛୋଟମୋଟ ଜିନିଷ ବି ଅନଲାଇନ ଅର୍ଡର କରିବାରେ ଲାଗୁଛନ୍ତି । ଏମିତିରେ ଅନେକ ବାର ସୁରକ୍ଷା ବଡ଼ ପ୍ରସଙ୍ଗ ହୋଇଛି ।

ଏବେ ଅନଲାଇନ୍ କିଣାକିଣିର ଜମାନା । ଲୋକେ ଛୋଟମୋଟ ଜିନିଷ ବି ଅନଲାଇନ ଅର୍ଡର କରିବାରେ ଲାଗୁଛନ୍ତି । ଏମିତିରେ ଅନେକ ବାର ସୁରକ୍ଷା ବଡ଼ ପ୍ରସଙ୍ଗ ହୋଇଛି । କେତେବେଳେ ଅନଲାଇନ୍ ଠକେଇ ତ କେତେବେଳେ ଡେଲିଭରି ସମୟରେ ଗଡ଼ବଡ଼ି, ଆଉ କେତେବେଳେ ଡେଲିଭରି ବଏଙ୍କ ଖରାପ ବ୍ୟବହାର ଗ୍ରାହକଙ୍କୁ ଅତିଷ୍ଠ କରିପକାଉଛି ।
ନିକଟରେ ଜଣେ ବ୍ୟକ୍ତିଙ୍କ ସହିତ ଏମିତି କିଛି ଘଟିଥିଲା, ଯାହା ଆପଣ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଯଦିଓ ଡେଲିଭରି ବଏଙ୍କ କଳା କାରନାମା ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା ଏପ୍ରିଲ ୯ ତାରିଖର । ଗୁରୁଗ୍ରାମରେ ଏକ ଫ୍ଲାଟ୍ରେ ଜିନିଷ ଡେଲିଭରି ଦେବାକୁ ପହଞ୍ଚିଥିଲେ ସ୍ୱିଗି ଇନ୍ଷ୍ଟାମାର୍ଟର ଜଣେ ଡେଲିଭରି ବଏ । ହେଲେ ସେ ଯାହା କରିଥିଲେ, ତାହା କେହି ଭାବିପାରିବେ ନାହିଁ ।
ଭାଇରାଲ ଭିଡିଓରେ ଦେଖାଯାଉଛି କି, ସ୍ୱିଗିର ଡେଲିଭରି ବଏ ଏକ ଫ୍ଲାଟ୍ ବାହାରେ ପହଞ୍ଚୁଛନ୍ତି ଏବଂ ଘରର ବେଲ୍ ମାରୁଛନ୍ତି । କବାଟ ଖୋଲିବା ଯାଏ ସେ ଘର ବାହାରେ ଥୁଆ ହୋଇଥିବା ଜୋତାଗୁଡ଼ିକୁ ଦେଖୁଛନ୍ତି । ଏହାରି ଭିତରେ ଜଣେ ମହିଳା ଆସି ଆର୍ଡର ନେଇ ଚାଲିଯାଉଛନ୍ତି ଏବଂ କବାଟ ବନ୍ଦ କରିଦେଉଛନ୍ତି ।
କିନ୍ତୁ ସେପଟେ ଡେଲିଭରି ବଏ ପଳାଇ ନ ଯାଇ ସେହିଠାରେ ହିଁ ଛିଡ଼ା ହୋଇ ରହୁଛନ୍ତି । କିଛି ସମୟ ପରେ ସେ ମୁଣ୍ଡରେ ବାନ୍ଧିଥିବା ଗାମୁଛା କାଢ଼ି ନିଜ ମୁହଁ ପୋଛୁଛନ୍ତି । ସିଡିର କିଛି ପାହାଚ ତଳକୁ ଓହ୍ଲାଇ ଏଣେତେଣେ ଦେଖୁଛନ୍ତି ଏବଂ ପୁଣି ଉପରକୁ ଆସୁଛନ୍ତି । ଏହାପରେ ସେ ଘର ବାହାରେ ଥୁଆ ହୋଇଥିବା ନାଇକ୍ର ମହଙ୍ଗା ଜୋତା ଚୋରାଇ ତାହାକୁ ଗାମୁଛାରେ ଗୁଡ଼ାଇ ନେଇ ଯାଉଛନ୍ତି ।
ରୋହିତ ନାମକ ବ୍ୟକ୍ତି ସୋସିଆଲ ମିଡିଆରେ ଏହି ପୂରା ଘଟଣାର ଭିଡିଓ ସେୟାର କରିଛନ୍ତି । ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ସ୍ୱିଗିର ଡେଲିଭରି ବଏ ମୋ ସାଙ୍ଗର ମହଙ୍ଗା ନାଇକ୍ ଜୋତା ଚୋରାଇ ନେଇଛନ୍ତି । ସ୍ୱିଗି ମୋତେ ତାଙ୍କର ଯୋଗାଯୋଗ ନମ୍ବର ସୁଦ୍ଧା ଦେଉନାହିଁ’ । ଯଦିଓ ବ୍ୟକ୍ତିଙ୍କର ଏହି ପୋଷ୍ଟ ପରେ ସ୍ୱିଗି ଏହାର ଜବାବ ଦେଇଛି । ସ୍ୱିଗି ଲେଖିଛି ଯେ ‘ଆମେ ନିଜର ଡେଲିଭରି ପାର୍ଟନରଙ୍କଠାରୁ ଭଲ ଆଶା କରୁଛୁ । ଡିଏମ୍ରେ ଆମକୁ ଭେଟନ୍ତୁ, ଆମେ ଆପଣଙ୍କୁ ଉତ୍ତମ ସହାୟତା ପ୍ରଦାନ କରିପାରିବୁ’ ।
Swiggy’s drop and PICK up service. A delivery boy just took my friend’s shoes (@Nike) and they won’t even share his contact. @Swiggy @SwiggyCares @SwiggyInstamart pic.twitter.com/NaGvrOiKcx
— Rohit Arora (@_arorarohit_) April 11, 2024