Below header

ମେରା ନାମ ଜୋକର ଫିଲ୍ମ ପାଇଁ କାଙ୍ଗାଳ ହୋଇଯାଇଥିଲେ ରାଜ କପୁର, ଜାଣନ୍ତୁ ଫିଲ୍ମ ସହ ଜଡିତ କିଛି ଖାସ କଥା

ପ୍ରଖ୍ୟାତ ଅଭିନେତା ରାଜ କପୁରଙ୍କ ଫିଲ୍ମ ’ମେରା ନାମ ଜୋକର’ ୧୯୭୦ ମସିହା ଡିସେମ୍ବର ୧୮ ତାରିଖରେ ରିଲିଜ ହୋଇଥିଲା । ଏଥିରେ ଧର୍ମେନ୍ଦ୍ର, ଋଷି କପୁର, ମନୋଜ କୁମାର, ଦାରା ସିଂହ ଓ ସିମି ଗ୍ରିବାଲଙ୍କ ଭଳି ସୁନ୍ଦର କଳାକାର ଅଭିନୟ କରିଥିଲେ । ହେଲେ ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇ ପାରିନଥିଲା । ଏହି ଫିଲ୍ମକୁ ଏବେ ୫୧ ବର୍ଷ ପୁରିଛି । ଆସନ୍ତୁ ଜାଣିବା ଏହି ଫିଲ୍ମ ସମ୍ପର୍କରେ କିଛି ଖାସ୍‌ କଥା ।

ଫିଲ୍ମ ‘ମେରା ନାମ ଜୋକର’ ନିର୍ମାଣ ପାଇଁ ୬ ବର୍ଷ ସମୟ ଲାଗିଥିଲା । କେବଳ ସମୟ ନୁହେଁ ଏହି ଫିଲ୍ମରେ ରାଜ କପୁରଙ୍କର ବହୁତ ଟଙ୍କା ଲାଗିଥିଲା । ରିପୋର୍ଟ ଅନୁସାରେ ୧୯୭୦ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରାଜ କପୁର ନିଜର ଘର ବି ବନ୍ଧକ ରଖି ଦେଇଥିଲେ । ଏହି ଫିଲ୍ମ ଉପରେ ରାଜ କପୁରଙ୍କ ବହୁତ ଭରଷା ଥିଲା । ହେଲେ ଯେତେବେଳେ ଫିଲ୍ମ ରିଲିଜ ହେଲା । ଫିଲ୍ମ ଏତେଟା ସଫଳ ହୋଇନଥିଲା । କୁହାଯାଏ ଯେତେବେଳେ ଏହି ଫିଲ୍ମ ଫ୍ଲପ ହୋଇଗଲା ରାଜ କପୁରଙ୍କୁ ଗଭୀର ଧକ୍କା ଲାଗିଥିଲା । କାରଣ ସେ ଏହି ଫିଲ୍ମ ପାଇଁ ବହୁତ କରଜ କରିଥିଲେ ।

ଫିଲ୍ମ ‘ମେରା ନାମ ଜୋକର’ ପ୍ରାୟ ୪ ଘଣ୍ଟାର ଫିଲ୍ମ ଥିଲା । ଏଥିରେ ଦୁଇଟି ଇଣ୍ଟରଭାଲ ରଖାଯାଇଥିଲା । ଫିଲ୍ମର ଅଭିନେତ୍ରୀ ସେମି ଗ୍ରିବାଲ ସେତବେଳେ ବହୁତ ଚର୍ଚ୍ଚାରେ ଥିଲେ । ଏହି ଫିଲ୍ମର ଏକ ସିନକୁ ସେ ବିନା କପଡ଼ାରେ ସୁଟିଂ କରିଥିଲେ ।

ମନୋଜ କୁମାର ସେତେବେଳେ ବଡ କଳାକାର ଥିଲେ । ସେ ଏହି ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ମନୋଜ କୁମାରଙ୍କ ଇଚ୍ଛା ଥିଲା ଯେ ସେ ରାଜ କପୁରଙ୍କ ସହ କିପରି କାମ କରିବେ । ସେଥିପାଇଁ ସେ ଛୋଟ ଭୂମିକାରେ ମଧ୍ୟ କାମ କରିବା ପାଇଁ ରାଜି ହୋଇଗଲେ ।

ରାଜ କପୁରଙ୍କ ପୁଅ ଅଭିନେତା ଋଷି କପୁର ଫିଲ୍ମରେ ଯୁବକ ରାଜ କପୁରଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ରାଜ କପୁରଙ୍କ ସହ କାମ କରିଥିଲେ । ଯେଉଁଥିପାଇଁ ସେ ବହୁତ ଖୁସି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.