Below header

୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ : ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ ଖୁରାନା ଓ ଭିକି କୌଶଲ ପୁରସ୍କୃତ

ନୂଆଦିଲ୍ଲୀ : ଆଜି ପ୍ରଦାନ କରାଯାଉଛି ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଦିଲ୍ଲୀର ବିଜ୍ଞାନ ଭବନ ଠାରେ ପୁରସ୍କାର ପ୍ରଦାନ ଉତ୍ସବର ଆୟୋଜନ କରାଯାଇଛି । ଆୟୁଷ୍ମାନ ଖୁରାନା ଓ ଭିକି କୌଶଲଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ‘ଅନ୍ଧାଧୁନ୍‌’ ପାଇଁ ଆୟୁଷ୍ମାନ୍‌ ଏବଂ ‘ଉରି’ ପାଇଁ ଭିକିଙ୍କୁ ଏହି ପୁରସ୍କାର ମିଳିଛି । ସେହିପରି ‘ଅନ୍ଧାଧୁନ୍‌’କୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କାର ଦିଆଯାଇଛି । ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ପୁରସ୍କାର ବିତରଣ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ ।

‘ବଧାଇ ହୋ’ ସିନେମାରେ ଚମତ୍କାର ଅଭିନୟ ପାଇଁ ସୁରେଖା ସିକ୍ରିଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ପଦ୍ମାବତ୍‌ର ‘ଘୁମର’ ଗୀତକୁ ଶ୍ରେଷ୍ଠ କୋରିଓଗ୍ରାଫି, ଶ୍ରେଷ୍ଠ ଆକସନ୍‌ ଫିଲ୍ମ ଭାବେ ‘କେଜିଏଫ୍‌’କୁ ପୁରସ୍କୃତ କରାଯାଇଛି ।

ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ୍‌’କୁ ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି । ଅକ୍ଷୟ ନିଜେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଅକ୍ଷୟ, ଆୟୁଷ୍ମାନ ଏବଂ ଭିକିଙ୍କୁ ମନ୍ତ୍ରୀ ପ୍ରକାଶ ଜାଭଡେକର ବହୁତ ପ୍ରଶଂସା କରିଥିଲେ । ଦେଖନ୍ତୁ ଭିଡିଓ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.