Below header

ଫ୍ୟାନ୍‌ ହେବ ତ ଏମିତି: ପୂଜା ହେଗଡେଙ୍କୁ ଭେଟିବା ପାଇଁ ୫ ରାତି ଶୋଇଲେ ରାସ୍ତାକଡ଼ରେ, ଦୁଃଖ ପ୍ରକାଶ କଲେ ଏହି ଅଭିନେତ୍ରୀ

ଫିଲ୍ମ ଷ୍ଟାର୍‌ମାନଙ୍କୁ ନେଇ ତାଙ୍କ ଫ୍ୟାନ୍‌ମାନେ କେତେ ଯେ ପାଗଳ, ତାହା ଆପଣମାନେ ଜାଣିଥିବେ। ଏବେ ଏବେ ଜଣେ ଫ୍ୟାନ୍‌ ଆକ୍ଟ୍ରେସ୍‌ ପୂଜା ହେଗଡେଙ୍କୁ ଭେଟିବା ପାଇଁ ୫ ରାତି ଫୁଟ୍‌ପାଥରେ ଶୋଇରହିବା ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଦେଇଛି। ତେବେ ଫ୍ୟାନ୍‌ଙ୍କର ତାଙ୍କ ପ୍ରତି ଏମିତି ପ୍ରେମ ଦେଖି ପୂଜା ଭାବୁକ ହୋଇପଡ଼ିଥିଲେ।

pi9

ପୂଜାଙ୍କୁ ଏ ବିଷୟରେ ଖବର ମିଳିବା କ୍ଷଣି ସେ ତୁରନ୍ତ ତାଙ୍କୁ ଭେଟିବାକୁ ଯାଇଥିଲେ। ଯୁବକଙ୍କ ନାଁ ଭାସ୍କର ରାଓ, ସେ ପୂଜାଙ୍କ ପାଇଁ ଚକୋଲେଟ୍‌ ଧରି ପହଞ୍ଚିଥିଲେ। ଭାସ୍କରଙ୍କୁ ଭେଟି ପୂଜା ବହୁତ ଖୁସି ହୋଇଯାଇଥିଲେ ଏବଂ ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ।

pp0

ପୋଷ୍ଟରେ ପୂଜା କ୍ୟାପସନ ଲେଖିଥିଲେ ଯେ ‘ଭାସ୍କର ରାଓ ମୁମ୍ବାଇ ଆସିବା ଏବଂ ମୋତେ ଭେଟିବା ପାଇଁ ୫ ଦିନ ଯାଏ ଅପେକ୍ଷା କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଏହା ମୋ ହୃଦୟକୁ ଛୁଇଁଯାଇଛି। କିନ୍ତୁ ଦୁଃଖ ଲାଗୁଛି, ମୋତେ ଦେଖା କରିବା ପାଇଁ ତାଙ୍କୁ କେତେ କଷ୍ଟ କରିବାକୁ ପଡ଼ିଛି। ମୁଁ କେବେ ବି ଚାହିଁବିନି ଯେ ଆପଣ ମୋତେ ଭେଟିବା ପାଇଁ ଫୁଟ୍‌ପାଥ୍‌ରେ ଶୁଅନ୍ତୁ। ଆପଣ ସମସ୍ତେ ମୋ ସାହସ। ମୁଁ ଆପଣମାନଙ୍କୁ ଭଲ ପାଉଛି’।

ପୂଜା ହେଗଡେଙ୍କ ଏହି ଭିଡିଓକୁ ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ତେବେ ଏହି ଫ୍ୟାନ୍‌ଙ୍କୁ ଲକି ବୋଲି କହିଛନ୍ତି ପୂଜା। କହି ରଖୁଛୁ, ପୂଜା ନିକଟରେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ହାଉସ୍‌ଫୁଲ ୪’ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.