ମୁମ୍ବାଇ ମାରାଥନ୍‌ ବେଳେ ଅଘଟଣ: ୭ ଧାବକଙ୍କୁ ଆସିଲା କାର୍ଡିଆକ୍‌ ଆରେଷ୍ଟ, ଜଣଙ୍କ ମୃତ୍ୟୁ

ମୁମ୍ବାଇ ମାରାଥନ୍‌ ବେଳେ ୭ ଧାବକଙ୍କୁ ହଠାତ୍‌ ଆର୍ଡିଆକ୍‌ ଆରେଷ୍ଟ ଆସିଥିବା ଖବର ସାମ୍ନାକୁ ଆସିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ୬ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ଆୟୋଜିତ ଏହି ମାରାଥନ୍‌ରେ ୬୪ ବର୍ଷୀୟ ଗଜାନନ ମଲଜଲକରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ୪ କିମି ଦୌଡ଼ିବା ପରେ ହଠାତ୍‌ ତଳେ ପଡ଼ିଯାଇଥିଲେ।

m1

m8

ରିପୋର୍ଟ ମୁତାବକ, ବରିଷ୍ଠ ନାଗରିକ ବର୍ଗରେ ଅଂଶଗ୍ରହଣ କରିଥିବା ଗଜାନନଙ୍କୁ ବମ୍ବେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ୪୦ ବର୍ଷୀୟ ହିମାଂଶୁ ଠକ୍କରଙ୍କର ଚିକିତ୍ସା ଚାଲିଛି। ବାକି ଅନ୍ୟ ଧାବକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ସୂଚନାଥାଉ କି, ମୁମ୍ବାଇରେ ପ୍ରାତଃ ୫ଟା ୧୫ରେ ହାଫ୍‌ ମାରାଥନ୍‌ ଦୌଡ଼ ଆରମ୍ଭ ହୋଇଥିବା ବେଳେ ୧୦ କିମି ଦୌଡ଼ ସକାଳେ ୬ଟା ୩୦ରେ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.